ଧାଡ଼ି ରେ ୫୦୦ ଚାଷୀ ମାତ୍ର ସୋସାଇଟିକୁ ଆସିଛି ୟୁରିଆ ସାର ୧୧୧ ବସ୍ତା।
ରଘୁନାଥପୁର:-୧୯/୯()ସରକାରୀ ସ୍ତରରେ ବିଭିନ୍ନ ସୋ ସାଇଟିକୁ ଆସୁଥିବା ୟୁରିଆ ସାର ସମୁଦ୍ରକୁ ସଂଖେ ଭଳି ହୋଇଛି।ଜତକିଞ୍ଚିତ ସାର ସୋସାଇଟିକୁ ଆସିଲା ମାତ୍ରେ ସ୍ଥାନୀୟ ଚାଷୀ ସକାଳୁ ଲାଇନରେ ରହି ହାତେଇ ନେଉଥିବାବେଳେ ଅନ୍ୟ ଗ୍ରାମର ଚାଷୀଙ୍କୁ ନିରାଶ ହେବାକୁ ପଡୁଛି।ଫଳରେ ସାରକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଦାୟୀତ୍ୱରେ ଥିବା ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ବାକବିତଣ୍ଡା ପର୍ଯ୍ୟନ୍ତ କଥା ଯାଉଛି।ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ ତାରପୁର କୃଷି ସମବାୟ ସମିତି ଚିକଣିଆ ଠାରେ।ଶୁକ୍ରବାର ସୋସାଇଟି ପକ୍ଷରୁ ସରକାରୀ ଭାବେ ଆସିଥିବା ୧୧୧ ବସ୍ତା ସାର ଦିଆଯିବା ନେଇ ସ୍ଥିର ହୋଇଥିଲା।ଖବର ପାଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ସକାଳୁ ଲାଇନରେ ରହିଥିଲେ।ତାରପୁର ପଞ୍ଚାୟତର ୫ ରାଜସ୍ଵ ଗ୍ରାମର ଚାଷୀ ଆସି ସମିତି କାର୍ଯ୍ୟାଳୟରେ ଲମ୍ବା ଲାଇନ ଦେଖି ଆସୋନ୍ତୋଷ ବ୍ୟକ୍ତ କରିବା ସହ ଏ ସମ୍ପର୍କରେ ଜିଲ୍ଲା ତଥା ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଜଣାଇଥିଲେ।ଏହାଛଡା ପଞ୍ଚାୟତକୁ ଭାଗ ଅନୁସାରେ ସେମାନଙ୍କ ସାର ଦେଇଦେବା ପାଇଁ ଦାବୀ କରିଥିଲେ।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ସମିତିର ସମ୍ପାଦକ ଓ ସଭାପତି ଘଟଣା ସ୍ଥଳକୁ ଆସିବାକୁ ଅମଙ୍ଗ ହୋଇଥିଲେ। ଖବର ପାଇ ରଘୁନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲା। ଶେଷରେ ଡିଆରସିଏସ ପ୍ରଭାତ କୁମାର ଶତପଥୀଙ୍କ ନିର୍ଦେଶ କ୍ରମେ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ସମିତି କାର୍ଯ୍ୟାଳୟକୁ ଆସି ତାରପୁର ଚାଷୀଙ୍କ ସହ ଆଲୋଚନା କରିଥିଲେ।ଚାଷୀଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ରାଉତ, ବିନୋଦବିହାରୀ ମହାନ୍ତି,ପ୍ରଭାକର ମଲ୍ଲିକ,ଜଗବନ୍ଧୁ ଦାସ,ମାନା ସିଂହ,ତ୍ରିଲୋଚନ ପଣ୍ଡା,ପ୍ରଦୀପ ନାୟକ,ସମିତି ସଭାପତି ଦେବେନ୍ଦ୍ର ସ୍ବାଇଁ ଓ ଜିଲ୍ଲା କୃଷକ ସଙ୍ଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।ପୁର୍ବରୁ ସମିତିକୁ ଆସିଥିବା ୭୦ ବସ୍ତା ସାରରୁ ମାତ୍ର ୩ ବସ୍ତା ସାର ତାରପୁର ପଞ୍ଚାୟତବାସୀ ପାଇଥିବାରୁ ମୋଟ ୫୧ ବସ୍ତା ସାର ସେମାନଙ୍କୁ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ସମସ୍ୟାର ଅନ୍ତ ଘଟିବା ସହ ଡିଆରସିଏସ ଶତପଥୀ ସମିତି କାର୍ଯ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।
