ଗୋଦାମ ଗୃହ ଭାଙ୍ଗି ୭୦ ଲକ୍ଷ ଟଙ୍କାର ସିଗାରେଟ ଲୁଟିନେଲେ ଦୁର୍ବୁତ୍ତ।

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୋଦରବିଲି ଗାଁ ସ୍ଥିତ ମା’ କାମାକ୍ଷୀ ଏଣ୍ଟରପ୍ରାଇଜେସ ଗୋଦାମ ଗୃହରୁ ୭୦ ଲକ୍ଷ ଟଙ୍କାର ସିଗାରେଟ ଲୁଟି ନେଲେ ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ଗୋଦାମ ଗୃହ ପଛ ପଟ କାନ୍ଥରେ ସୁଡ଼ଙ୍ଗ କରି ଲୁଟ କରିଛନ୍ତି ଦୁର୍ବୁତ୍ତ। ତେବେ ସିସିଟିଭି କ୍ୟାମେରାରେ ୨ ଜଣ ଦୁର୍ବୁତ୍ତ ରହିଥିବା ସୂଚନା ରହିଛି। ଯାହାକୁ ନେଇ ଆଜି ଅଭିଯୋଗ ପରେ ତୁମୁସିଙ୍ଗା ପୋଲିସ ଏବଂ ଜିଲ୍ଲା ଫରେନ୍ସିକ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରି ଦେଇଛନ୍ତି। କିଭଳି ସିକ୍ୟୁରିଟି ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଥିଲେ ମଧ୍ୟ ଏତେ ବଡ଼ ଧରଣର ଚୋରି ହୋଇଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସରକାର ତମାଖୁ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏତେ ବଡ଼ ଷ୍ଟକ ତାହା ପୁଣି ସିଗାରେଟ ତାହା କିଭଳି ଥିଲା ଏବଂ ଦୁର୍ବୁତ୍ତ ମାନେ କେବଳ ସିଗାରେଟ ଷ୍ଟକକୁ ନେଇ ଫେରାର ମାରିଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ସେପଟେ ଗତ କାଲି କାମାକ୍ଷାନଗର ଅନନ୍ତପୁର ସାହିରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଯାହାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *