ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
Date-06/08/25*-ଜଗତସିଂହପୁର ଜିଲା ବିରିଡି ଥାନାରେ ପୋଲିସ ର ଥାର୍ଡ ଡିଗ୍ରୀ ଅଭିଯୋଗ । ବାଲିଆ କୃତିବାସ ପାଟଣା ଗାଁର ପାର୍ଥ ସାରଥି ଦାସ ଜଗତସିଂହପୁର ଏସ୍ପିଙ୍କ ନିକଟରେ ଏପରି ସଙ୍ଗିନ ଅଭିଯୋଗ କରିଛନ୍ତି । ପାର୍ଥ ସାରଥି ତିର୍ତ୍ତୋଲ ବିଧାୟକ ଙ୍କ ସହିତ ବ୍ଲକ କାର୍ଯ୍ୟାଳୟ କୁ ଯାଇ ବିଡ଼ିଓଙ୍କ ସହିତ ଏକ ବିଲ ବାବଦରେ ଆଲୋଚନା କରି ଫେରୁଥିବା ବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ବିରିଡି ଥାନା ଅଧିକାରୀ ମାଡ଼ ମାରିଥିବା ଯୁବକ ମାନଙ୍କୁ ଛାଡି ଦେଇ ପାର୍ଥ ସାରଥୀଙ୍କୁ ଥାନାକୁ ଧରି ନେଇ ନିସ୍ତୁକ ମାଡ଼ ମାରିଥିଲେ । ପାର୍ଥ ଗୁରୁତର ହୋଇ ଜଗତସିଂହପୁର ଓ ପରେ କଟକ ରେ ଚିକିତ୍ସିତ ହୋଇ ଫେରିବା ସହ ଏ ବାବଦ ରେ ଏସ୍ପି ଓ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆରପଟେ ଏହି ବାବଦରେ ବିରିଡି ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହାକୁ ଆସ୍ୟୁକାର କରିବା ସହ ରାଜନୈତିକ ଉଦେଶ୍ୟ ରଖି ଏପରି ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି । ଆରପଟେ ଘଟଣାର ତଦନ୍ତ ପାଇଁ ଆଡ଼ିସନାଲ ଏସ୍ପି ଙ୍କୁ ଦାୟିତ୍ବ ଦିଆଯାଇଥିବା ସହ ଯଦି ଏହା ସତ୍ୟ ହୋଇଥିଏ ତା ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଏସ୍ପି କହିଛନ୍ତି । ବାଇଟ-୧-ପାର୍ଥ ସାରଥି ଦାସ,ପୀଡିତବାଇଟ-2-ଭବାନୀ ଶଙ୍କର ଉଦ ଗାତା,ଏସ୍ପି, ଜଗତସିଂହପୁର ।
ଜଗତସିଂହପୁର ରୁ Rita ସାହୁ
