ଖୋର୍ଦ୍ଧା ମହୋତ୍ସବର ତୃତୀୟ ସଂଧ୍ୟା

ଖୋର୍ଦ୍ଧା:- ମଙ୍ଗଳବାର ଥିଲା ଖୋର୍ଦ୍ଧା ମହୋତ୍ସବର ତୃତୀୟ ସଂଧ୍ୟା । ଏହା ମଧ୍ୟରେ ଖୋର୍ଦ୍ଧା ମହୋତ୍ସବର ତିନୋଟି ସଂଧ୍ୟା ବିତିଲାଣି । ଶୀତ ଯେତିକି ଯେତିକି ବଢୁଛି, ପଡିଆରେ ଦର୍ଶକଙ୍କ ଭିଡ ସେତିକି ସେତିକି ଜମୁଛି । ରଂଗାରଂଗ କାର୍ଯ୍ୟକ୍ରମ ସାଂଗକୁ ମହୋତ୍ସବ ପରିସରରେ ପଡ଼ିଥିବା ବିଭିନ୍ନ ଫାଷ୍ଟଫୁଡ଼ ଷ୍ଟଲ ଏବେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହୋଇଛି । ବିଶେଷ କରି ଠୁଙ୍କାପୁରୀ, ରସାବଳି, ଚାଉମିନ୍‌, ଚାଟ୍‌, ଗୁପ୍‌ଚୁପ୍‌, କଟକ ଦହିବରା ଆଳୁଦମ, ବ୍ରହ୍ମପୁରର ଆଚାର ପାମ୍ପଡ଼ ଷ୍ଟଲ ନିକଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଖୋର୍ଦ୍ଧା ମହୋତ୍ସବର ୨୫ବର୍ଷ ପୁର୍ତୀ ତଥା ରଜତ ଜୟନ୍ତୀ ସମାରୋହ ବେଶ ଯାକ ଜମକରେ ପାଳନ କରାଯାଉଥିବା ବେଳେ ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ, ଦର୍ଶକ ଓ ବ୍ୟବସାୟୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ଦୈନିକ ହଜାର ହଜାର ଦର୍ଶକଙ୍କ ଅଗାମନକୁ ଦେଖି ପୋଲିସ ପ୍ରଶାସନ, ଜିଳ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ସମସ୍ତ ଲାଇନ ଡ଼ିପାଟମେଂଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ମହୋତ୍ସବ ପଡ଼ିଆରେ ରାମଦୋଳି, ବ୍ରେକ୍ ଡ଼୍ୟାନ୍ସ ଦେଳୀ, ଡ଼ଙ୍ଗା ଦୋଳୀ ଓ ମୌତକା କୂଆଁ ନିକଟରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ସେପଟେ ପଡିଆରେ ଭଳିକି ଭଳି ଖାଇବା ଷ୍ଟଲରେ ଦର୍ଶକମାନଙ୍କର ଭିଡଥିଲା ଦେଖିଲା ଭଳି । ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥିମାନଙ୍କ ସହ ଥଟ୍ଟାମଜା ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବାର ମଜାକୁ କେହିବି ହାତଛଡା କରିବାକୁ ଚାହୁଁନାହାନ୍ତି । ବିଶେଷ କରି ଠୁଙ୍କାପୁରୀ କଟକର ପ୍ରସିଦ୍ଧ ଖାଦ୍ୟ । ଏପରି ଚଟପଟି ଖାଦ୍ୟ ମହୋତ୍ସବ ମାନଙ୍କରେ ହିଁ ମିଳିଥାଏ । ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପାଇ ଦର୍ଶକମାନଙ୍କ ମଧ୍ୟ ବେଶ ଖୁସି ଦେଖିବାକୁ ମିଳିଛି । । ସେପେଟ ଦର୍ଶକମାନଙ୍କ ଭିଡକୁ ଦେଖି ବେପାରୀମାନେ ମଧ୍ୟ ଠୁଙ୍କାପୁରୀ ସହ ଅନ୍ୟାନ ଚଟପଟି ଖାଦ୍ୟର ଦାମ ମଧ୍ୟ ସୁଲ୍ଲଭ ଦରରେ ନିର୍ଦ୍ଦାରିତ କରି ଭଲ ଦି ପଇସା ରୋଜଗାରର ଆଶା ବାନ୍ଧିଛନ୍ତି । ନ୍ୟୁ ଥିଙ୍କିଙ୍ଗ ଫୋରମ ପକ୍ଷରୁ ଆୟୋଜିତ ମହୋତ୍ସବର ତୃତୀୟ ସଂଧ୍ୟାର ମଂଚ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ତୃତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସଂମ୍ବଲପୁରୀ, ମୟୂରଭଞ୍ଜର ଛଉ, ଓଡ଼ିଶୀ, ଚୁଟ୍‌କି ଚୁଟା ଓ ଭୁବନେଶ୍ୱରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଦର୍ଶକମାନଙ୍କ ପାଇଁ ବେଶ ଚିତାକର୍ଷକ ଥିଲା । ଆଜି ୩ୟ ସଂଧ୍ୟାରେ ମହୋତ୍ସବ କମିଟିର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ ଯୋଗଦେଇ ଖୋର୍ଦ୍ଧାର ଇତିହାସ ଓ ପାଇକମାନଙ୍କ ବଳିଦାନ ସଂପର୍କରେ ରୋମନ୍ଥନ କରିବା ସହ ମହୋତ୍ସବର ଦୀର୍ଘାୟୁ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସମ୍ପାଦକ ନରେନ୍ଦ୍ର ପୃଷ୍ଟି, କାର୍ଯ୍ୟକାରୀ ସଭାପତି ସଂଜୟ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ନିକୁଞ୍ଜ କିଶୋର ପଟ୍ଟନାୟକ, ଗୈାରୀଶଙ୍କର ତ୍ରିପାଠୀ ପ୍ରମ୍ମୁଖ ମଂଚାସୀନ ଥିଲେ ।

Leave a Reply

Your email address will not be published. Required fields are marked *