ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନଜିଲ୍ଲାର ୪୦୭୨୦୩ ଜଣଙ୍କୁ ପ୍ରଦାନ କରାଗଲା ୨୦୩ କୋଟି ରୁ ଉର୍ଦ୍ଧ୍ବ ଟଙ୍କା

ପୁରୀ ୯/୮ ଆଜି ପୁରୀ ଜିଲ୍ଲାର ୪୦୭୨୦୩ ଜଣ ହିତାଧିକାରୀ ଙ୍କ ଆକାଉଣ୍ଟ କୁ ୨୦୩,୬୦,୧୫୦୦୦ ଟଙ୍କା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଅର୍ଥ ପ୍ରଦାନ କରାଯାଇଛି।କୋରାପୁଟର ଜୟପୁର ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନଲାଇନ ମାଧ୍ୟମରେ ଓଡ଼ିଶାର ଏକ କୋଟି ହିତାଧିକାରୀ ଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ।ପୁରୀ ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଯୋଗ ଦେଇ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଉପସ୍ଥିତ ସମସ୍ତ ମା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ନିଜ ଅଭିଭାଷଣ ରେ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ପାଳନ କରୁଛନ୍ତି ଯାହା ର ଉଦାହରଣ ଏହି ସୁଭଦ୍ରା ଅର୍ଥ ପ୍ରଦାନ ବୋଲି କହିଥିଲେ।କୌଣସି ଅର୍ଥ ଛୋଟ ନୁହେଁ।ଏହାକୁ ଉପଯୋଗ କରିବା ର ମାନସିକତା ହିଁ ଏହାକୁ ଶ୍ରେଷ୍ଠ କରେ।ଲିଜ୍ଜତ ପାମ୍ପଡର ଉଦାହରଣ ଦେଇ ଏହାର ପ୍ରୟାସ ମଧ୍ୟ ଏକ କ୍ଷୁଦ୍ର ଅନୁଦାନରୁ ଆରମ୍ଭ ହୋଇଥିଲା ବୋଲି କହିଥିଲେ।କିନ୍ତୁ ଦୃଢ ସଂକଳ୍ପ, ନିଷ୍ଠା ଓ ପରିଶ୍ରମ ର ଫଳ ସବୁ ବେଳେ ମଧୁର ଓ ଶ୍ରେଷ୍ଠ ହୋଇ ଥାଏ।ସୁଭଦ୍ରା ଅର୍ଥ ପାଉଥିବା ସମସ୍ତ ହିତାଧିକାରୀ ଏହାର ସଦୁପଯୋଗ କରି ସମାଜ ପାଇଁ ଆଦର୍ଶ ଓ ପ୍ରେରଣା ସୃଷ୍ଟି କରନ୍ତୁ ବୋଲି ଡା ପାତ୍ର କହିଥିଲେ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପୁରୀ ସଦର ବିଧାୟକ ସୁନିଲ କୁମାର ମହାନ୍ତି ସୁଭଦ୍ରା ଯୋଜନା ଆଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ସହ ଆତ୍ମବିଶ୍ବାସ ସୃଷ୍ଟି ରେ ସହାୟକ ହୋଇ ପାରିଛି।ସୁଭଦ୍ରା ଯୋଜନା ମାଧ୍ୟମରେ ଲକ୍ଷପତି ହେବାରେ ସମଗ୍ର ଦେଶରେ ଓଡ଼ିଆ ଶ୍ରେଷ୍ଠ ହୋଇଛି।ତୃତୀୟ କିସ୍ତି ଅର୍ଥ ର ସଫଳ ବିନିଯୋଗ ପାଇଁ ସେମାନେ ଅନୁରୋଧ କରିଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ସୁଭଦ୍ରା ହିତାଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସୁଭଦ୍ରା ଯୋଜନା ର ସଫଳ ହିତାଧିକାରୀ କଣାସ ବ୍ଲକର ସୁଭଦ୍ରା ଜେନା ଓ ପିପିଲି ବ୍ଲକର ଲିଲି ଖଟୋଇ ନିଜ ସଫଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିବା ବେଳେ ସମସ୍ତ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ରପ୍ରଭା ଦେଇ,ମମତାର ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ର ଡିପିସି ସ୍ବାଗତିକା ପରିଡା,ପୋଷଣ ଡିସି ସସ୍ମିତା କର୍ମକାର, ସୁପରଭାଇଜର ବାଲ୍ୟବତୀ ମହାନ୍ତି, ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *