ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଓଡ଼ଗାଁ କୋର୍ଟରେ ଅନୁଷ୍ଠିତ
ଓଡ଼ଗାଁ-ତା ୧୪-୯-୨୫ ଓଡ଼ଗାଁ ତାଲୁକୁ ଆଇନି ସେଵା ପ୍ରାଧିକାରଣ ଆନୁକୂଲ୍ୟରେ ଚଳିତ ବର୍ଷ ପାଇଁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ସମସ୍ତ ମାମଲା ଗୁଡିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି ।ଫୌଜିଦ।ରି ମାମଲା ୫୯ ଟି ମଧ୍ୟରୁ ୩୭ ଟି, ଦେୟାନୀ ସମ୍ପର୍କିତ ମାମଲା ୧୦୭ ମଧ୍ୟରୁ ୧୦୪ ଟି,ଆର୍ଥିକ ସମ୍ପର୍କିତ ଓ ବ୍ୟାଙ୍କ ସମ୍ପର୍କିତ ମାମଲା ୧୬୭ଟି ମଧ୍ୟରୁ ୨୨ ଟି ଫଇସଲା କରାଯାଇ ଋଣ ଖିଲାଫି ମାନଙ୍କଠାରୁ୧ ଲକ୍ଷ ୫୦ହଜାର ୬ ଶହ ଟଙ୍କା ଆଦାୟ କରାଯାଇଥିଲା ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଓଡ଼ଗାଁ ତାଲୁକୁ ସେଵା ପ୍ରାଧିକ ରଣ ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ର। ଶର୍ମା,ବରିଷ୍ଠ ବିଚାରପତି ଜନ୍ମେଜୟ ଦାସ, ଗ୍ରାମ ନ୍ୟାୟ।ଳୟ ବିଚାରପତି ସୌମ୍ୟାଶ୍ରୀ ମହାପାତ୍ର ଓ ଦେୟ।ନି କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ ଉପସ୍ଥିତ ରହି ମାମଲା ଗୁଡିକର ପରିଚାଳନା କରିଥିଲେ ।ଅତିରିକ୍ତ ସରକାରୀ ଓକିଲ ଇନ୍ଦୁଭୂଷଣ ମିଶ୍ର,ପ୍ରମୋଦ କୁମାର ବିଶ୍ବାଳ,ରାଧାକୃଷ୍ଣ ମହାପାତ୍ର, ବିବେକାନନ୍ଦ ସରସ୍ୱତୀ ଓ ମହାଦେବ ବିଶ୍ବାଳ ପ୍ରଭୁତି ଉପସ୍ଥିତ ଥିବାବେଳେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ମାନେ ସହଯୋଗ କରିଥିଲେ ।
