ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ
ଛତିଶାନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଲେ ଦୋଳପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ନୀତିନିର୍ଘଣ୍ଟକୁ ଅନୁମୋଦନ କଲା ଛତିଶାନିଯୋଗ। ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାତ୍ର ୮ ଟା ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ ସୁନାବେଶ। ନୀତିକାନ୍ତିକୁ ଦୃଷ୍ଟିରେ ରଖି ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ,ଭୂଦେବୀ,ଶ୍ରୀଦେବୀ ଦୋଳବେଦୀକୁ ବିଜେ କରିବେ। ୧ ଓ ୨ ତାରିଖରେ ଭିତରକାଠ ଦର୍ଶନ ବନ୍ଦ ରହିବ । ତେବେ ନୀତିନିର୍ଘଣ୍ଟ ଅନୁଯାୟୀ ୩ ତାରିଖ ରାତି ୧ଟା ରେ ଦ୍ଵାରଫିଟା, ୧ଟା ୪୫ ରେ ମଙ୍ଗଳଆଳତି, ରାତି ୩ ଟା ରେ ଅବକାଶ, ଭୋର ୪ ଟାରେ ନୂଆଲୁଗା ଲାଗି ବେଶ ,୪ ଟା ୩୦ ରେ ଖଇକୋରା ଭୋଗ, ୫ ଟାରେ ନାଭିକଟା ମଣ୍ଡପକୁ ବିଜେ,ସକାଳ ୬ ଟାରେ ଦିଅଁ ବିମାନକୁ ବିଜେ ନୀତି ପରେ ତଡପ ଲାଗି ହୋଇ ନୀତି ସ୍ଥଗିତ ରହିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିରରେଗ୍ରହଣ ସ୍ପର୍ଶ ହେଲେ ଦେବନୀତି ଆରମ୍ଭ ହେବ। ସକାଳ ସମୟରେ ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ ନା ସନ୍ଧ୍ୟା ସମୟରେ ଦୋଳବେଦୀକୁ ବିଜେ କରିବେ ତାହା ନୀତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ।
