କାଳିଆ ରେ ‌ଏତିକି ମାଗୁଣି ତୋତେ

କାଳିଆ ରେ ‌ଏତିକି ମାଗୁଣି ତୋତେ –
କାଳିଆ ରେ ‌ଏତିକି ମାଗୁଣି ତୋତେ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲି ରୁ ଟିକେ
କାଳିଆ ରେ ଏତିକି ମାଗୁଣି ତୋତେ।।
ଓଡ଼ିଶା ର ନାଥ ନାମ ଜଗନ୍ନାଥ
ଓଡ଼ିଆ ମାନଙ୍କ ପ୍ରାଣ
ପ୍ରତି ଓଡ଼ିଆ ର ହୃଦୟ ଚନ୍ଦନ
ତୁମ ଯୋଗୁଁ ଆମେ ଧନ୍ୟ
କାଳିଆ ରେ ‌ଏତିକି ମାଗୁଣି ତୋତେ।।
ଜଗନ୍ନାଥ ଧାମ ମୁକ୍ତିଲାଭ ପୁଣ୍ୟ
ସ୍ଵର୍ଗ ପୁର ତୁମ ପାଇଁ
ତୁମ ପାଇଁ ଭକ୍ତ ଶୁଅ ଛୁଟୁ ଅଛି
ତୁମେ ତ ଜଗତ ସାଇଁ
କାଳିଆ ରେ ତୁମେ ତ ଜଗତ ପ୍ରାଣ।।
ମୁଁ ଛାର ମାନବ ଜୀବନ ଦୁର୍ଲଭ
ପାଇବା ପାଇଁ ଆଶିଷ
କରୁଣା ବାରିଧି ଢାଳିଦିଅ ପ୍ରଭୁ
ତୁମେ ମୋ ଜୀବନ ଦୀପ
କାଳିଆ ରେ ‌ଏତିକି ମାଗୁଣି ତୋତେ।।
ପ୍ରକୃତି ବନ୍ଧୁ (ଆଶୁ କବି) ହରିହର ସାହୁ
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *