ଚଳିତବର୍ଷ ଧୂମଧାମ ରେ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା
ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି ଭୂମିପୂଜନ l ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା କୁ ଧୂମଧାମ ରେ ପାଳନ କରାଯିବା ନେଇ ବାଲିଯାତ୍ରା କମିଟି ତରଫରୁ ସୂଚନା ମିଳିଛି l ଭୂମିପୂଜନ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହିତ ପାରାଦୀପ ପୌରାଧ୍ୟକ୍ଷ ଓ ବାଲିଯାତ୍ରା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଠଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ପୋଲିସ ପ୍ରଶାସନ ସଜାଗ ରହିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା କୁ ସରସ ସୁନ୍ଦର କରିବାପାଇଁ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଷ୍ଟଲ ଦର୍ଶକ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିବା ନେଇ ବାଲିଯାତ୍ରା କମିଟି ତରଫରୁ ସୂଚନା ମିଳିଛି l ଆଜିର ଭୂମିପୂଜନ କାର୍ଯ୍ୟକ୍ରମ ପରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
ଜଗତସିଂହପୁର Rita ସାହୁ reporter
