ଶେଷହେଲା ଚଳିତ ବର୍ଷର କନ୍ଧମାଳର ପାରମ୍ପାରିକ ଦଣ୍ଡନାଚ ଓ ଝାମୁଯାତ୍ରା।

ଫୁଲବାଣୀ:ନିପ୍ର:-୧୪/୦୪ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିରେ ସମାପ୍ତ ହୋଇଛି ବହୁ ପ୍ରସିଦ୍ଧ ପାରମ୍ପାରିକ କନ୍ଧମାଳର ଚୈତ୍ର ମାସର ଦଣ୍ଡନାଚ ଓ ଝାମୁଯାତ୍ରା। କାହୁଁ ଆହ୍ବାନ କାଳରୁ ଉତ୍ପତ୍ତି ହୋଇ ଆସିଥିବା ଏହି ଦଣ୍ଡଯାତ୍ରା ଏବେବି ବଞ୍ଚି ରହିଛି। ଏନେଇ ପ୍ରତ୍ୟେକ ବର୍ଷ ଏହି ଦଣ୍ଡନାଚ ଓ ଝାମୁଯାତ୍ରା ଚୈତ୍ର ମାସରେ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ହୋଇଯାଇଛି। ମାର୍ଚ୍ଚ ୩୧ ତାରିଖରୁ ପାରମ୍ପାରିକ ରିତି ନୀତିରେ ଆରମ୍ଭ ହୋଇଥିଲା। ଦଣ୍ଡ ଓ ଝାମୁଯାତ୍ରା କୁ ନିଷ୍ଠାର ସହ ପାଳନ କରି ଆସୁଛନ୍ତି କନ୍ଧମାଳ ବାସୀ। କାରଣ ରଜ୍ୟର ୩୦ ଜିଲ୍ଲାର ମାଟି ମଧ୍ୟରୁ କନ୍ଧମାଳ ଜିଲ୍ଲା ମାଟିର ଦେବାଦେବୀଙ୍କ ପୂଜାବିଧି ସଂସ୍କୃତି ଓ ପରମ୍ପରା ଅନ୍ୟତମ ଅଟେ। ଏହି ଭଳି ବିଧି ପରମ୍ପରାରେ ପିଡ଼ି ପରେ ପିଡ଼ି ପରମ୍ପରା ରକ୍ଷା କରି ଆସୁଥିବା ସହିତ ଶିବ ଓ ମାଁ ରୁଦ୍ରକାଳୀ ଉପାସନା କରି ଆସୁଛନ୍ତି।

ନିଷ୍ଠା ଓ କାଷ୍ଠାର ବସକୁ ବେସ୍ ଭକ୍ତିର ସହିତ ପାଳନ କରୁଛନ୍ତି ମାନସିକ ଧାରୀ। କହିବା କଥା ଯେ ଭାରତ ବର୍ଷରେ ଯଦି କୌଣସି ନିଷ୍ଠାର ସହିତ ବ୍ରତ ପାଳନ କରାଯାଉଛି ତା ହେଉଛି କେବଳ ଦଣ୍ଡ ଯାତ୍ରା।ଏହି ଦଣ୍ଡ ଯାତ୍ରା ଏମିତି କଷ୍ଠ କାଠିନ ଯାତ୍ରା ଯେ ଯାହାକି ନିଜ ଶରୀରକୁ ନିଜ ପିଣ୍ଡ ପ୍ରାଣକୁ ବହୁ ପ୍ରକାର ଦଣ୍ଡ ସାସ୍ତୀ ଦେଇଥାଏ। ପୂର୍ବ ପୁରୁଷଙ୍କ ମତ ଅନୁସାରେ ଏହାର କିମ୍ୱଦନ୍ତୀ ଯାହା ରହିଛି ଦେବ ୠଷିମୁନିଙ୍କ ମଧ୍ୟରେ ଇନ୍ଦ୍ରଙ୍କ ପାଞ୍ଚ ପୁତ୍ର,ବ୍ରହ୍ମାଙ୍କ ପାଞ୍ଚ ପୁତ୍ର ଓ କୁବେରଙ୍କ ତିନି ପୁତ୍ର ୧୩ ୠଷି କତୃ ମହାମୁନିଙ୍କ ଅଭିଶାପ ହୋଇ ମର୍ତ୍ତ୍ୟରେ ଜନ୍ମ ହେଲେ। ଏହି ୧୩ ଋଷିଙ୍କୁ ଡ଼ାକି ମହାଦେବ ହେଲେ ତାଣ୍ଡବ ନୃତ୍ୟ କରିଥିଲେ। ଏକ ମୁହୂର୍ତ୍ତ ରେ ମହାଦେବ ତାଙ୍କ ମାଙ୍କୁ ଖରାପ ପାପ ଦୃଷ୍ଟିରେ ପଡ଼ିଥିଲେ। ତେଣୁ ମାତାଙ୍କୁ ହରିଲୁ ଯେଣୁ ମହାଦେବ ନାମ ତେଣୁ ବୋଲି ଶିବ ପାର୍ବତୀ ଙ୍କ କଳିରେ କିମ୍ବଦନ୍ତୀ ରହିଛି।ମହାଦେବ ଓ ମାଁ ରୁଦ୍ରକାଳୀ ନିଜ ମନ୍ଦିରରୁ ବାହାରି ୧୩ ଦିନ କାଳ ଦଣ୍ଡୁଆ ଙ୍କ ସହିତ ଚାରିଆଡେ଼ ବୁଲି ଦଣ୍ଡ ଯାତ୍ରା ଭିଆଇ ଥାନ୍ତି। ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ହୁଏ ଓ ସେହିଦିନ ନିଜ ମନ୍ଦିରକୁ ବାହୁଡ଼ି ଭିତରେ ପ୍ରବେଶ କରନ୍ତି।ମହାଦେବଙ୍କ ଓ ମାଁ ରୁଦ୍ରକାଳୀଙ୍କୁ ଉପାସନାରେ ମାନି ମାଁଙ୍କ ସରଣାପର୍ଣ୍ଣ ହେଲେ ମାନସିକ ପୂରଣ ହୁଏ। ଏଭଳି ହୁଏ ଦଣ୍ଡ ଯାତ୍ରା। ଦିନରେ ଧୂଳି ଦଣ୍ଡ ଓ ସନ୍ଧ୍ୟାରେ ପାଣିଦଣ୍ଡ ରାତିରେ ଆଗ୍ନିଦଣ୍ଡ ପରେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ ହୋଇଥାଏ। ଆଜି ୧୪ ତାରିଖ ଚୈତ୍ର ମାସ ପଣା ସଂକ୍ରାନ୍ତି ଦଣ୍ଡନାଚ ଓ ଝାମୁଯାତ୍ରା ଶେଷ ହେଲା।

Leave a Reply

Your email address will not be published. Required fields are marked *