କଣ୍ଟକମୟ ଜୀବନ ପଥ

ଶୀର୍ଷକ _କଣ୍ଟକମୟ ଜୀବନ ପଥ


ରୀତାରାଣୀ ଦାଶ
ବାଲେଶ୍ୱର

ଜୀବନର ଯାତ୍ରା କଣ୍ଟାଭରା ରାସ୍ତା
ଛାୟାର ନୃତ୍ୟ ଯେଉଁଠି
ଅନ୍ଧକାର ଖେଳେ ପଥ ମୋଡ ଖୋଲେ
ପରୀକ୍ଷାର ମାପକାଠି |
ସନ୍ଦେହ ମାର୍ଗରେ ଭୟ କଣ୍ଟା ବୁଦା
ଲୁହ ସହ ବାଧା ଦିଏ
ଯନ୍ତ୍ରଣା କଷଣେ ଆଶାର ଆଲୋକ
ବଞ୍ଚିବା ରାହା ଦେଖାଏ |
ମାର୍ଗ ଦର୍ଶନର ଉଜ୍ଜ୍ୱଳ ଆଲୋକ
ଉପାୟ ଦିଏ ବତାଇ
କଣ୍ଟକିତ ପଥ ଅତି ଦ୍ୱରାସାଧ୍ୟ
ପ୍ରତିକ୍ଷେତ୍ରେ ଶିକ୍ଷା ଦେଇ |
ଦୃଢ଼ ପ୍ରତିଶୃତି ସଂଗଠିତ ହୁଏ
ହୃଦୟ ଅନୁକୋଣରେ
କଣ୍ଟକିତ ପଥ ଶୁଦ୍ଧି କରଣରେ
ଆଶାବାଦୀ ଚିତ୍ତ ସ୍ଥିରେ |
ସାହସ ସହିତ ସମୟର ରଥ
ଗଡ଼ାଇଲେ ଗଡ଼ିଯିବ
ଯେଉଁଠାରେ ପ୍ରେମ ଆଶାର ଉତ୍ପନ୍ନ
ରାସ୍ତା ଆପେ ପ୍ରାପ୍ତି ହେବ |
ଚାଲିବାକୁ ଅଛି ପଥ ବହୁଦୂର
ହେବନି ପଡିଲେ ଥକି
ଉତ୍ଥାନ ପତନେ ଦଦରା ନାବରେ
ପାରି ହେବା ଅଛି ବାକି |
ସମୟକୁ ସାକ୍ଷୀ ନୀତି କରି ସାକ୍ଷୀ
ଜୀବନ ମାର୍ଗ ଦର୍ଶନେ
ସିଢି ଚଢି ବାକୁ ସହଜ ହୋଇବ
କଣ୍ଟକ ମୟ ଜୀବନେ |

Leave a Reply

Your email address will not be published. Required fields are marked *