ରୁଦରେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତ ରାତ୍ରି ଉଜାଗର ରହି ଜାଗର ପାଳନ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋରକରା ଗ୍ରାମରେ ଥିବା ପ୍ରସିଦ୍ଧ ରୁଦରେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତ ରାତ୍ରି ଉଜାଗର ରହି ଜାଗର ପାଳନ କରିବା ସହିତ ମହାଦେବ ଙ୍କ ଦର୍ଶନ କରିଛନ୍ତି । ମହାଦୀପ ରାତ୍ର 5 ଘଟିକା ସମୟରେ ଉଠିଥିଲା । ଓଁମ ନମଃ ଶିବାୟ ଧ୍ୱନୀରେ ଚତୁର୍ଦିଗ ପ୍ରକମ୍ପିତ ହଉଥାଏ । ତେବେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିବା ବେଳେ ପୂଜା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିବା ଦେଖା ଯାଇଛି ।
