ଅଗ୍ନିକାଣ୍ଡରେ ୩ଟି ପରିବାର ଛାର

ଭଦ୍ରକ :୩୦/୧୦:– ଭଦ୍ରକରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର । ଅଗ୍ନିକାଣ୍ଡ ଯୋଗୁଁ ୩ ଟି ପରିବାରର ୫ ବଖରା ଘର ପୋଡି ପାଉଁସ ହୋଇଯାଇଛି ଓ ୪ ଟି ଗାଇ ଓ ଗୋଟିଏ ଛେଳି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ର ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି।ସୂଚନା ଅନୁସାରେ ଗାଁ ର ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା। ପରିବାର ଲୋକ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲାନିଆଁର ପ୍ରଖର ଏମିତି ଥିଲାଯେ ଘରୁ କୌଣସି ଜିନିଷ କାଢି ନପାରି ନିଆଁର ଦାଉରୁ ରକ୍ଷା ପାଇବାପାଇଁ ପରିବାର ଲୋକେ ବାହାରକୁ ପଳେଇଆସିଥିଲେ । ଫଳରେ ନିଆଁର ଝାସରେ ଗୋପବନ୍ଧୁ ଜେନା ଓ ତାଙ୍କର ଦୁଇଭାଇଙ୍କର ୫ ବଖରା ଘର ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *