ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାର ତିନିଜଣ ଗୁରୁତର
Date-22/08/25* ସଂଘବଦ୍ଧଭାବେ ଧାରୁଆ ଖଣ୍ଡାରେ ଆକ୍ରମଣରେ ଗୋଟେ ପରିବାରର ୩ ଜଣ ଗୁରୁତର ଆହତ ହୋଇ ଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଅନୋଳିପାଟଣା ଗ୍ରାମରେ । ଘର ଆଗରେ ସାମାନ୍ୟ ଡିମିରି ଗଛ ଓହଳିଥିବା ଓ ଗାଈ ବାନ୍ଧିବା ଓ ପୂର୍ବ ଆକ୍ରୋଶକୁ ନେଇ ଏକ ପରିବାରର ସଂଘବଧ ଆକ୍ରମଣରେ ଅନ୍ୟ ଏକ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ଅନୋଳିପାଟଣା ଗ୍ରାମର ଅଜୟ ସୁତାରଙ୍କ ପରିବାର ଲୋକଙ୍କ ଦ୍ୱାରା ସଂଘବଦ୍ଧ ଆକ୍ରମଣରେ ରାଜେନ୍ଦ୍ର ସାହୁ , ତାଙ୍କ ବଡ଼ ଭାଇ ଶୁଭେନ୍ଦୁ ସାହୁ ଓ ସ୍ତ୍ରୀ ରୋଜାଲିନ ସାହୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ସାହୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ବଡ଼ଭାଇ ଶୁଭେନ୍ଦୁ ସାହୁ ଓ ଭାଉଜ ରୋଜାଲିନ ସାହୁ କଟକ ମେଡ଼ିକାଲରେ ଚିକିତ୍ସିତ ହୋଇଛନ୍ତି । ଅଭିଯୁକ୍ତ ମାନେ ଖଣ୍ଡାରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି ବୋଲି ଆହତ ରାଜେନ୍ଦ୍ର ଅଭିଯୋଗ କରିଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଓ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ରାଜେନ୍ଦ୍ର ସାହୁଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ କୁଜଙ୍ଗ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ କରୁଛି ବୋଲି ରାଜେନ୍ଦ୍ରଙ୍କ ପରିବାର ଅଭିଯୋଗ କରିଛନ୍ତି ।
