ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗାଁ ନିକଟରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଦୁର୍ଘଟଣାରେ OR05AN0979 ନମ୍ବର ଇଣ୍ଡିକା, OD02AA1878 ସେଭ୍ରୋଲେଟ କାର ଓ OD06A7928 ପାସନ ପ୍ଲସ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଇଣ୍ଡିକା କାରଟି ଚୌଦ୍ଵାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ କାରଟି ଢେଙ୍କାନାଳ ସହର ଦେଉଳସାହିର। ଗୁରୁତର ଆହତ ହୋଇଥିବା ଲୋକ ସ୍ଥାନୀୟ ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ କୋଟଗରା ଗ୍ରାମର ପଙ୍କଜ ମଲିକ(୪୫), ସନାତନ ମଲିକ(୫୫) ଓ ରଞ୍ଜିତ ମଲ୍ଲିକ (୨୫)। ସେମାନେ କାମ କରିବା ପାଇଁ ବାଇକ୍ ଯୋଗେ ଘରୁ କଣ୍ଟାପାଳ ଆସୁଥିଲେ। ସମସ୍ତଙ୍କର ଗୋଡ ଭାଙ୍ଗିଯାଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଶେଷ ସୂଚନା ଅନୁସାରେ ପରିସ୍ଥିତି ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟ – ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *