ସଡ଼କ ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର
ସଡ଼କ ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର। ବାଇକରେ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।କାମାକ୍ଷାନଗର୧୩.୦୨.୨୦୨୪ଆଙ୍କର-ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କଙ୍କଡାହାଡ଼ -ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଜରଡ଼ା ଗାଁ ଘାଟି ନିକଟରେ ଭାରସମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ଥ। ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି।ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ରହିଛି । ଗୁରୁତର ଛାତ୍ର ମାନେ ହେଲେ ବାମ୍ ଗ୍ରାମ ସ୍ଥିତ ବନ ଦୁର୍ଗା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ହିମାଂଶୁ ମାହାନ୍ତ, ଲକ୍ଷ୍ମଣ ମାହାନ୍ତ ଏବଂ ଓମ ପ୍ରକାଶ ଦଳେଇ । ଛାତ୍ର ମାନଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଛାତ୍ର ମାନେ କାହିଁକି ଏବଂ କିପରି ଭାବେ ବାଇକ ଚଳେଇ ଗଡ଼ପଳାଶୁଣି ଗାଁକୁ ଯାଉଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ କିଛି ଜାଣି ନଥିବା କହିଛନ୍ତି ବିଦ୍ୟାଳୟ କର୍ମଚାରୀ। ବିଦ୍ୟାଳୟ ର ପ୍ରଧାନଶିକ୍ଷକ କହିଛନ୍ତି ଛାତ୍ର ମାନେ ଲୁଚିକି ପଳାଈଛନ୍ତି। ଏବଂ ବାଇକ କାହାଠୁ ଆଣିଲେ ତାହା ଜଣା ନାହିଁ। ଛାତ୍ରଙ୍କ ଅବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି।
