ଚିକିତ୍ସା ଅବହେଳାରେ ଯୁକ୍ତ ତିନି ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ ।

ଚିକିତ୍ସା ଅବହେଳାରେ ଯୁକ୍ତ ତିନି ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ । ଫୁଲବାଣୀ, ୩୦/୭/୨୦୨୫ କନ୍ଧମାଳ ମେଡିକାଲ କଲେଜ ରେ ଚିକିତ୍ସା ରେ ଅବହେଳା ରେ ଫୁଲବାଣୀ ଡାକ୍ତର ଖାନାରେ ଏକ ଯୁକ୍ତ ତିନି ର ଛାତ୍ରୀ ମାନସୀ ଛାଟିଆ ଙ୍କ ମୃତ୍ୟୁ ଘଟିଛି ବୋଲି ଛାତ୍ରୀ ର ବାପା ଖ୍ରୀଷ୍ଟ ଛାଟିଆ ଏକ ଲିଖିତ ଅଭିଯୋଗ କରି ଛନ୍ତି । ତାଙ୍କ ଘର ଦାରିଙ୍ଗବାଡି ବ୍ଲକ କଲିଂ ସୁଲୁମା ଗ୍ରାମ। ମାମଲାରୁ ପ୍ରକାଶ ଜେ ମାନସୀ ଛାଟିଆ ଜି ଉଦୟଗିରି ସୁଭଦ୍ରା ମହତାବ ଅନୁଷ୍ଠାନରେ ରହି କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପାଠ ପଢୁଥିଲା, ପାହାଚ ଚଢି ରୁମ କୁ ଯିବା ବେଳେ ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ । ମାନସୀ ର ଥୋଡ଼ି ଓ ଓଠ ରେ ଆଘାତ ଲାଗିଥିଲା! ତୁରନ୍ତ ମାନଶୀ ର ଭଉଣୀ ବିମଳା ଜି ଉଦୟଗିରି ଡାକ୍ତର ଖାନାରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅକ୍ସିଜେନ ଲଗାଇ ଆମ୍ବୁଲାନ୍ସ ରେ ଷାଠିଏ କିମି ଦୁରବର୍ତ୍ତୀ ଫୁଲବାଣୀ ଡାକ୍ତର ଖାନାରେ କୁ ରେଫର କରିଥିଲେ! । ରାତି ସାତଟାରେ ଡାକ୍ତରଖାନାରେ ଭର୍ତି କରାଗଲା,ଏକ ସାଲାଇନରେ କିଛି ଇଞ୍ଜେକ୍ସନ ଦିଆଗଲା । ରାତି ବାରଟା ବେଳେ ରୋଗୀ ଗ୍ୟାସ୍ପିନ କରିଥିଲା । ନର୍ସ ଓ ଡାକ୍ତର କୁ ବିକଳରେ ଭଉଣୀ ବିମଳା ଡାକିବାରୁ ନର୍ସ ଗାଳିଗୁଲଜ କରିଥିଲେ ଏବଂ ବହୁବିଳମ୍ବରେ ଆସିଥିଲେ । ଅକ୍ସିଜେନ ଦେବାକୁ ଚେଷ୍ଟା କରୁଥିବାବେଳେ ଛାତ୍ରୀ ର ମୃତ୍ୟୁ ଘଟିଥିଲା! ତେବେ ଅ।ମୁଲାନ୍ସ ରେ ଅଣାଗଲାବଳେ ଅକ୍ସିଜେନ ଦିଆଯାଇ ଅଣାଗଲା କିନ୍ତୁ ୫ଘଣ୍ଟା ଧରି ଅକ୍ସିଜେନ ଦିଯାଇନଥିଲା ଦିଆଯାଇଥିଲେ ମୋଭଉଣୀ ବଞ୍ଚିଥାନ୍ତା ବୋଲି ବିମଳା ଛାଟିଆ ଅଭିଯୋଗ କରିଛନ୍ତି ଡାକ୍ତର ଚିଠାରେ ଇଞ୍ଜେକ୍ସନ ହାଡ଼ିଓକାର୍ଡିଓରନ,ଫିନାୟଟୋଇନ ଓ ସି ଆଇ ଜି ଦେଇ ଚିକିତ୍ସା କରାଯାଇଥିଲା ବୋଲି ଉଲ୍ଲେଖ ରହିଛି । ଶବବ୍ୟବଛେଦ ରିପୋର୍ଟ ରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି । ତେବେ ଛାତ୍ରୀ ର ବାପା ଏକ ପକ୍ଷଘାତ ରୋଗୀ ଅଟନ୍ତି । ପୁଅ ଅଟୋ ଚଳାଇ ତିନି ଭଉଣୀ ଙ୍କୁ ପାଠ ପଢାଉ ଥିଲେ । ଛାତ୍ରୀ ର ବାପା, ମୁଖ୍ୟ ମନ୍ତ୍ରୀ ଙ୍କୁ ଚିକିତ୍ସା ଅବହେଳା ର ବିଧିବଦ୍ଧ ତଦନ୍ତ ସହ କ୍ଷତି ପୂରଣ ସହାୟତା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *