ତିନି ୱାରେଣ୍ଟି ଗିରଫ
ଏସପି ପୁରୀଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା Operation CHAKRA ଆଧାରରେ NBW drive ରେ ସତ୍ୟବାଦୀ ଥାନା ପକ୍ଷରୁ ଚଢାଉ କରାଯାଇ ତିନି ଜଣ ଅପରାଧିଙ୍କୁ ୱାରେଣ୍ଟ ବଳରେ ଗିରଫ କରା ଯାଇଛି। ଦୀର୍ଘ ତିନି ବର୍ଷ ହେବ ଗିରଫ କୁ ଏଡେଇ ଲୁଚିବା ପରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ସ୍ୱତନ୍ତ୍ର ପୋଲିସ ଟିମ ଆଜି ସକାଳୁ ସତ୍ୟବାଦୀ ଥାନା ସାରଙ୍ଗଯୋଡ଼ି ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତ ରଶ୍ମି ରଞ୍ଜନ ସେନାପତି(47) ଙ୍କୁ ୱାରେଣ୍ଟ ବଳରେ ଗିରଫ କରିଛି। ମାନ୍ୟବର ପୁରୀ jmfc-ii କୋର୍ଟଙ୍କ ଗିରଫ ପରୱାନା ନମ୍ବର GR/2818/22 ବଳରେ ତାଙ୍କୁ ଗିରଫ କରାଯାଇଛି ।ସେହିପରି ସତ୍ୟବାଦୀ ଥାନା ମଳୁକପାଟଣା ଗ୍ରାମର ଶିବ ଶଙ୍କର ଦାସ ଓ ଚନ୍ଦ୍ରଶେଖର ଦାସ ଙ୍କୁ family court ଗିରଫ ପରୱାନା ନମ୍ବର GR/936/2003 ବଳରେ ମଧ୍ୟ ଗିରଫ କରାଯାଇ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
