ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ
ପୋଲିସ ହାଇସ୍କୁଲ ରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀର ଆଦ୍ୟାଶା ସାହୁ, ସୋନାଲୀ ସ୍ୱାଇଁ, ଆଦ୍ୟାଶା ଷଡ଼ଙ୍ଗୀ ଏବଂ ନବମ ଶ୍ରେଣୀର ରବିନାରାୟଣ ବାରିକ, ତୃପ୍ତିମୟୀ ଦାସ, ସ୍ନେହଲତା ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶିବରାମ ମିଶ୍ରଙ୍କ ନିର୍ଦ୍ଦେଶନାରେ ଦେବବ୍ରତ ବେଦମତ୍ତା, ପ୍ରଭାତ କୁମାର ଦାଶ, ନିର୍ମଳା ଫତେସିଂହ, ହିରଣ୍ୟା ସେଠୀ, ରଞ୍ଜନ କୁମାର ଷଡଙ୍ଗୀ, ଅନିମା ତ୍ରିପାଠୀ, କ୍ରିଷ୍ଣା କୁମାରୀ ପରିଡ଼ା, ସଞ୍ଜବତୀ ପରିଡା, ସ୍ମୃତି ସଙ୍ଗୀତା ପ୍ରଧାନ, ଗୀତାଞ୍ଜଳି ଦେବୀ, କବିଚନ୍ଦ୍ର ପ୍ରଧାନ ଏବଂ ମହେନ୍ଦ୍ର କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଟିକିତାରାର ସମ୍ପାଦକ ବିପିନ ବିହାରୀ ଦଳାଇ ଏ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ।
