ଟିମର ଚଢାଉ/କୋଡିଏଟି ବେଆଇନ ହାଇଓ୍ବା ଜବତ।
କାମାକ୍ଷାନଗର -୩୧/୧୨/୨୦୨୪ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ରାଇଗୋଡା ପାହାଡରେ ଚାଲିଥିଲା ବେଆଇନ କଳା ମୁଗୁନି ପଥର ଖାଦାନ । ଯାହାଫଳରେକି ଦୈନିକ କୋଟିକୋଟି ଟଙ୍କାର କଳା ମୁଗୁନି ପଥର ଚାଲାଣ କରୁଥିଲେ ଦୁର୍ବୁର୍ତ୍ତ । ଖବର ପାଇ STF ଟିମ ଗତକାଲୀ ରାତ୍ରିରେ ଏହି ବେଆଇନ ଖାଦାନ ଉପରେ ଚଢାଉ କରି କୋଡିଏଟି ହାଇଓ୍ବା ଜବତ କରିବାରେ ସକ୍ଷମ ହୋଇଥିଲା । ସମସ୍ତ ଗାଡିକୁ ନିହଲପ୍ରସାଦ ଥାନାରେ ଜିମା ନଦେଇ ଭୁବନ ଥାନାରେ ଜିମା ଦେଇଛନ୍ତି । ତେବେ ଭୁବନ ପୋଲିସ ସମସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
