ସମୟ ଯାଉଛି ଚାଲି

                ସମୟ ଯାଉଛି ଚାଲି

   🖊️କବିରତ୍ନ ନୂତନ କୁମାର ବେହେରା

ସମୟ ଯାଉଛି ଚାଲି
ଦେଖୁ ଦେଖୁ ଆଜି ହୋଇଯାଏ ଗତକାଲି,
ନିଦ ଭାଙ୍ଗେ ଯେବେ ଦେଖେ ମୁଁ
ଦୁନିଆଁକୁ ଆଖି ଖୋଲି
ଉଇଁ ଆସେ ସୁରୁଜ ଦିଶେ ସୁନେଲି
ମୁରୁଜ ଦେଇଛି ବୁଣି
ସୁଲୁ ସୁଲିଆ ପବନେ ଫୁଲ ଫୁଟି
ପାଖୁଡ଼ା ତାର ଦେଇଛି ମେଲି।
ଘଣ୍ଟା ମିନିଟ୍ କଣ୍ଟାର ଗତିରେ ଚାଲେ
ଦିନଟା ଯାଏ ବଢ଼ି ବଢ଼ି
ପୂର୍ବାହ୍ନ ମଧ୍ୟାହ୍ନ ଅପରାହ୍ନ ପରେ
ଘନ ଅନ୍ଧାରକୁ ଡାକି ସନ୍ଧ୍ୟା ଆସେ ନଇଁ,
ଆଖିରେ ଭରି ଆସେ ନିଦ
ହୁଏ ନାହିଁ ଆଉ ଚାହିଁ
ଅଳସ ନିଦର ନୀରବତାରେ
ସପନ ଆସି ଯାଏ ଛୁଇଁ ଛୁଇଁ।
ଦିନ ରାତି ଏମିତି ଯାଏ ବିତି
ଏ ସମୟ ଯାଉଛି ଚାଲି
ଧନୀ ମାନୀ ଜ୍ଞାନୀ ଅବା ଗୁଣୀ
କେହି ବି ପାରନ୍ତି ନାହିଁ ତାକୁ ରୋକି,
ଅଜ୍ଞାନ ଅବିବେକୀ ଗର୍ବ କରି ଦମ୍ଭରେ
କରେ ଖାଲି ଅଯଥା ଅହଂକାର
ବୁଝେନା ଆସିଛି ଏକା ଯିବ ଏକା
ଅଧାବାଟେ ଆଶା ଭରସା ରହିବ ଅଟକି।
ସମୟକୁ ଅବା କିଏ ରଖିପାରେ ସଞ୍ଚି
ସେ ତ କାଳର କାଳ
ଇଚ୍ଛାଧୀନ ସ୍ଵାଧୀନ ସ୍ଵତନ୍ତ୍ର
ତାକୁ ହୁଏ ନାହିଁ କେବେ ଜୟ କରି,
ପାଖରେ ଅଛି ଯେ ପର୍ଯ୍ୟନ୍ତ ସେ ସମୟ
ତାର ସୁବିନିଯୋଗରେ
ଦାୟିତ୍ଵ ବୁଝି ତୁଲାଇଲେ କର୍ତ୍ତବ୍ୟ
ମନ ହୃଦୟେ ଶାନ୍ତି ତୃପ୍ତି ଯାଏ ଭରି।
ସମୟ ଯାଉଛି ଚାଲି……

             କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *