ମା’ ର ଫେରିବାର ବେଳ

ମା’ ର ଫେରିବାର ବେଳ

ଗୋଲୋକବିହାରୀ ବେହେରା

ଚିକିତ୍ସକ ଯେବେ ଅସଫଳ ହେଲେ
ଆସିଲା ମୋ ମନେ ହତାଶ ଭାବ,
ଜାଣିଲି ହଳଦୀ ଗୋରା ଦେହ ତୋର
ଫୁଲ ପରି ଶୀଘ୍ର ମଉଳି ଯିବ।

କାନ୍ଦିଲି ଆଖିରୁ ଲୁହ ଝରିଲାନି
ଭିଜିଲାନି ଗଣ୍ଡ ଦେଶଟି ମୋର,
ଦୁଃଖ ଯନ୍ତ୍ରଣାରେ ମନ ବତୁରିଲା
ତୋ’ ବିନା କିଏ ବୁଝିବ ଅନ୍ତର।

ସ୍ନେହ ସମ୍ପଦରେ ଭରା ତୋ’ ସଂସାର
ଚାରିଆଡ଼େ ଖେଳେ ସୁଖ ଜୁଆର,
ପ୍ରସନ୍ନତା ଚିହ୍ନ ଉକୁଟି ଉଠଇ
ସପନେ ବିଭୋର ମୁହଁଟି ତୋର।

କୋଳାହଳମୟ ଘରଟା ଯେପରି
ନୀରବି ଯାଉଛି ପ୍ରତିଟି କ୍ଷଣ,
ପ୍ରାଣ ପ୍ରାଚୁର୍ଯ୍ୟର ସ୍ଵରଟି ତୋର ମା’
ଶୁଭୁନାହିଁ ଘରେ ପ୍ରତିଟି କଣ।

ଛାତିର ରକତ ବରଫ ପାଲଟେ
ମରଣର ଦୃଶ୍ୟ କେଡେ ହେମାଳ,
ଦୁଃଖ ଭାଙ୍ଗିଦିଏ ମଣିଷକୁ ମା’
ଅନୁଭବିଲି ମୁଁ ହେଲି ବିକଳ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *