ତ୍ରିରଙ୍ଗା ମେଳା ଓ ତ୍ରିରଙ୍ଗା କନ୍ସର୍ଟ ଅନୁଷ୍ଠିତ

ତ୍ରିରଙ୍ଗା ମେଳା ଓ ତ୍ରିରଙ୍ଗା କନ୍ସର୍ଟ ଅନୁଷ୍ଠିତ
ପୁରୀ ୧୩/୮ ହରଘର ତ୍ରିରଙ୍ଗା ହରଘର ସ୍ବଛତା କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ରିରଙ୍ଗା ମେଳା ଓ ତ୍ରିରଙ୍ଗା କନ୍ସର୍ଟ ଆଜି ଅନୁଷ୍ଠିତ ହୋଇଥିଲା।ପୁରୀ ଟାଉନ ହଲ ପରିସରରେ ଅପରାହ୍ନ ରେ ଏହା ପୌରପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହାକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦଘାଟନ କରିବା ସହ ସ୍ବଛତା ପାଇଁ ଆମ ସମସ୍ତଙ୍କୁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ।ହରଘର ତ୍ରିରଙ୍ଗା ଓ ହରଘର ସ୍ବଛତା ର ବାର୍ତ୍ତା ଆଜି ସମୟର ଆହ୍ଵାନ।ଏହାକୁ ଆମେ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ଆମ ଦେଶ ମାତୃକାର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିବଦ୍ଧ ହେବାକୁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଅରଜିତ ନାୟକ,


ଏନଫୋର୍ସମେଣ୍ଟ ଅଧିକାରୀ ସ୍ବାଧୀନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଦେଶପ୍ରେମ ଓ ସ୍ବଛତା ପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ।ଗୋଷ୍ଠୀ ସହାୟିକା ରେଶମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।ପରେ ଦେଶାତ୍ମବୋଧକ ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *