ଖଜୁରୀପଡ଼ା ବିଜେପି ପକ୍ଷରୁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ
ଖଜୁରୀପଡ଼ା ବିଜେପି ପକ୍ଷରୁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ।
ଫୁଲବାଣୀ:-୧୯/୦୫ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଖଜୁରୀପଡ଼ା ବ୍ଲକରେ ଭାରତୀୟ ଜନତା ଦଳ ପକ୍ଷରୁ ଭାରତୀୟ ସେନାନୀଙ୍କ ବୀରତା ପାଇଁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ବିଧାୟକ ସ୍ବାସ୍ଥ୍ୟ ପ୍ରତିନିଧି ରାଇକିଶୋର ପ୍ରଧାନ,ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ,ବରିଷ୍ଠ ବିଜେପି ନେତା, ଦଶରଥ ସାହୁ,କେଦାର ସାହୁ, ବିଜୟ ସେଠୀ,ସୁବଧ ସେଠୀ, ସମୀର ଝାଙ୍କର,ଲକ୍ଷ୍ମଣ ଝାଙ୍କର, ଗୋଲକ ମଲିକ,ତପନ ପଣ୍ଡା, ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମକୁ ଅବସର କାଳୀନ ଆର୍ମି ଓ ପୋଲିସ୍ ବିଭାଗ ସହଯୋଗ କରିଥିଲେ। ସେହିଭଳି ବ୍ଲକର ବିଭିନ୍ନ ଅଞ୍ଚଳରୁ ମହିଳା କର୍ମୀ ଓ ଯୁବ ଗୋଷ୍ଟି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଶୋଭାଯାତ୍ରା ମାଧ୍ଯମରେ ଅପରେସନ
ସିନ୍ଦୁରର ଭାରତୀୟ ସେନାର ସାହସିକତା ପ୍ରସଂସା ଓ ପ୍ରମାଣିତ କରାଯାଇ ପାକିସ୍ତାନର ସନ୍ତ୍ରାସବାଦୀ ମାନଙ୍କୁ ଲୋପର ସଂକଳ୍ପ ନେଇ ଜନ ସଚେତନତା କରାଯାଇଥିଲା। ସେହିଭଳି ରାଷ୍ଟ୍ରର ସୁରକ୍ଷା ଓ ନାଗରିକ ମାନଙ୍କ ସୁରକ୍ଷାରେ ଏହି ସଚେତନ ଶୋଭାଯାତ୍ରା ଜରୁରୀ ଅଟେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଦଳବଳ,ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଭାରତୀୟଙ୍କର ସହଯୋଗ ସେମାନଙ୍କ ସହ ରହିଛି ବୋଲି କୁହାଯାଇଥିଲା ଓ ଏହି ସଚେତନତା ଶୋଭାଯାତ୍ରାକୁ ପ୍ରତି ଗାଁ ଗାଁ ରେ ପ୍ରସାରିତ କରାଯିବାକୁ ଦଳର ନେତୃବୃନ୍ଦ ସମସ୍ତକୁ ନିବେଦନ କରିଥିଲେ।
