ତିର୍ତ୍ତୋଲ ରେ ନୂତନ ପ୍ରାଣୀ ଚିକିତ୍ସାଳୟ ଗୃହ ଉଦ୍ଘାଟିତ

ତିର୍ତ୍ତୋଲ ରେ ନୂତନ ପ୍ରାଣୀ ଚିକିତ୍ସାଳୟ ଗୃହ ଉଦ୍ଘାଟିତ।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ରେ ଥିବା ପ୍ରାଣୀ ଚିକିତ୍ସାଳୟ ର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି। ଏହି ନୂତନ ଗୃହ ଟି ନୂତନ ବର୍ଷ ରେ ପୂଜାର୍ଚ୍ଚନା କରାଯିବା ସହିତ ପୂଜାରିତିନୀତି ଅନୁଯାୟୀ ସମ୍ପୁର୍ଣ୍ଣ ହୋଇଥିଲା। ଏହି ନୂତନ ଗୃହ କୁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଅଜୟ କୁମାର ସାହୁ ଉଦ୍ଘାଟିତ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଣୀ ନମସ୍ୟା ପ୍ରିୟଦର୍ଶିନୀ,ଭିଏସ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ସମେତ ପ୍ରଣୀମିତ୍ର ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ନୂତନ ରେ ଅନେକ ସୁବିଧା ସୁଯୋଗ ରହିଥିବାବେଳେ ଗୃହ ଉଦ୍ଘାଟନ ଫଳରେ ଅନେକ ଅଫିସ କାର୍ଯ୍ୟ ସୁରୁଖୁରୁରେ ହେବା ସହିତ ଚାଷୀମାନଙ୍କ ପାଇଁ ଏହା ଅନେକ ସୁବିଧା ଯୋଗେଇବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *