ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟ ସ୍ତରୀୟ କବିତା ପାଠୋଉତ୍ସବ ଅନୁଷ୍ଠିତ
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ନିକଟସ୍ଥ ପୋକପୁର ମଠରେ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ କବିତା ପାଠୋଉତ୍ସବ ନବକାକଳୀର ସମ୍ପାଦିକା ମନୋରମା ଦାଶ, ଜଗତସିଂହପୁର ସାହିତ୍ୟ ପରିଷଦର ସମ୍ପାଦକ ଉମାକାନ୍ତ ନାୟକ, ଡ଼ଃ ବିଷ୍ଣୁ ପ୍ରିୟା ଦାସ, ଡ଼ଃ ଦିଲ୍ଲୀପ କୁମାର ସେନାପତି ପ୍ରମୁଖ ବହୁ କବି ଓ କବୟିତ୍ରୀ ମାନେ ଯୋଗ ଦେଇ ଆଧ୍ୟାତ୍ମିକ କବିତା ପାଠ କରିଥିଲେ । ପରିଶେଷରେ ମଠାଧିଶ ମହନ୍ତ ମହାରାଜ ଶ୍ରୀ ତ୍ରିଲୋଚନ ଦାସଗୋସ୍ୱାମୀ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର କବି ମାନେ ଯୋଗ ଦେଇଥିଲେ ।
