ଦୁଇ ଦିନିଆ ଟି ଏଲ ଏମ ୱ।ର୍କସପ କାର୍ଯ୍ୟକ୍ରମ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁଗୁଧା ଠାରେ ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନ ଉତ୍ସବରେ ଉଦଳା ବ୍ଲକ ର ଗୋଷ୍ଠୀ ଶିକ୍ଷା ସଂଯଜିକା ମିନତୀ ମଞ୍ଜରୀ ପଣ୍ଡା ମହୋଦୟା ଉପସ୍ଥିତ ଥିଲେ।ସମ୍ମାନିତ ଅତିଥି ଭାବେ ଏଫ ଏଲ ଏନ ଆର ପି ମିନାକ୍ଷୀ ମିଶ୍ର, କାଇଁସ।ରି କ୍ଲୋଷ୍ଟର ର ସି ଆର ସି ସି ଶାନ୍ତନୁ କୁମାର ଦାଶ, ଦୁଗୁଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ସାହୁ ଯୋଗ ଦେଇଥିଲେ।ଡି ଆର ଜି ଦୈତାରି ବିନ୍ଧାଣିମଧ୍ୟ ଯୋଗ ଦେଇଥିଲେ।କ୍ଲୋଷ୍ଟର ର ୧୧ ଟି ବିଦ୍ୟାଳୟରୁ କୋଡିଏ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ବୈଠକରେ ବି ଆର ସି ସି ଟି ଏଲ ଏମ ୱର୍କସପ ବାବଦରେ ଆଲୋଚନା କରିଥିଲେ, ଏହା କିପରି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ଦାନ ଫଳ ପ୍ରଦ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ଉତ୍ସବ କୁ ସି ଆର ସିସି ବିଜୟ କୁମାର ବେହେରା ପରିଚାଳନା କରିଥିଲେ, ପୂର୍ବତନ ସି ଆର ସି ସି ରଜତ ମହାପାତ୍ର ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *