ପ୍ରକୃତ ବନ୍ଧୁ ହରିହର ସାହୁ ଙ୍କୁ”ଗୁରୁ ପ୍ରତିଭା ସମ୍ମାନ”

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ର ଗିରିଧାରୀ ସାହୁ ଓ ଯଶୋଦା ସାହୁ ଙ୍କ ମାଧ୍ୟମ ପୁତ୍ର ପ୍ରକୃତି ବନ୍ଧୁ ହରିହର ସାହୁ ଜୀବନବ୍ୟାପୀ ସାଧନା ରେ ଅନେକ ବିଦ୍ୟାଳୟ ରେ କାର୍ଯ୍ୟ କରି ଜନମାନସରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ପରିବେଶବିତ୍ ହୋଇପାରିଛନ୍ତି। ଅନୁଷ୍ଠାନ ପାଇଁ ଗାରିମା ବ୍ରୋଞ୍ଜ , ଗାରିମା ସିଲିଭର ଓ‌‌ ପ୍ରକୃତି ମିତ୍ର ପୁରସ୍କାର ପାଇଥିବା ଶ୍ରୀ ସାହୁ ନିଜର‌ ସିଦ୍ଧି ଓ ସାଧନା ବଳରେ ଓଡ଼ିଶା ସରକାରଙ୍କ ଠାରୁ ରାଜ୍ୟ, ପ୍ରକୃତି ବନ୍ଧୁ‌, ଭାରତ ସରକାରଙ୍କର ଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର ରେ ବିଭୂଷିତ ହୋଇ ବିଭିନ୍ନ ଅନୁଷ୍ଠାନ ରୁ ବୈଶ୍ଯ ଶିକ୍ଷକ ଗୈାରବ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ଗତ ବର୍ଷ ଅତିଥି ଶିକ୍ଷକ ଭାବେ ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟ ରେଶିକ୍ଷକତା କରିଥିଲେ। ବର୍ତ୍ତମାନ ସେ ପିଲାମାନଙ୍କ ଶିକ୍ଷା ର ବିକାଶରେ ଓ ପରିବେଶ ସୁରକ୍ଷାରେ କ କାର୍ଯ ରତ।

ନଭେମ୍ବର ମାସ‌‌ ଚବିଶ ତାରିଖ ରାତ୍ରିରେ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ରେ ଢେଙ୍କାନାଳ ଜିଲ୍ଲା ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଢେଙ୍କାନାଳ ସାଂସ୍କୃତିକ ସଂଘ ଭୁବନେଶ୍ୱର ତରଫରୁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଠାରୁ ମାନପତ୍ର ଉପଢୌକନ ଗ୍ରହଣ କରି “ଗୁରୁ ପ୍ରତିଭା ସମ୍ମାନ”ରେ ବିଭୂଷିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ କଲଚର ଆସୋସିଏସନ୍ ର ସଭାପତି ଡ଼ ସୈାରେନ୍ଦ୍ର କୁମାର ମହାପାତ୍ର ,ଉପ ସଭାପତି ଡ଼ ସାରଙ୍ଗ ଧର ସାମଲ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ବିଶ୍ବାଳ ଙ୍କ ସହିତ ସମ୍ମାନୀତ ଅତିଥି ଭାବେ ବିଧାୟିକା ସିମାରାଣି ନାୟକ ଓ ରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଭାରତୀୟ ଜନତା ଦଳର ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *