ସ୍ଵଛତା ରଖିବା ପାଇଁ ବ୍ୟାସନଗର ପୌର ପରିଷଦ ପକ୍ଷରୁ ସ୍ୱଛତା ଗାଡ଼ିର ଶୁଭାରମ୍ଭ
ବିଭିନ୍ନ ୱାର୍ଡକୁ ସ୍ଵଛତା ରଖିବା ପାଇଁ ପୌର ପରିଷଦ ପକ୍ଷରୁ ସ୍ୱଛତା ଗାଡ଼ିର ଶୁଭାରମ୍ଭ କଲେ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର l ରାଜ୍ୟ ଅର୍ବାନ ବିଭାଗ ପକ୍ଷରୁ ସହରକୁ ସ୍ୱଛତା ରଖିବା ପାଇଁ ପ୍ରୟାସ ଆରମ୍ଭ ହେଇଛି l ଏହି ପରିପକ୍ଷରେ ଆଜି ପୌର କାର୍ଯ୍ୟାଳୟ ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ନିକଟରେ ସହରକୁ ସ୍ୱଛତା ରଖିବା ପାଇଁ ୧୦ଟି ଗାଡିକୁ ଶୁଭାରମ୍ଭ କରିଛନ୍ତି ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ l ଏହି ଗାଡି ଗୁଡିକ ବ୍ୟାସନଗର ପୌର ପୌର ପରିଷଦର ୨୬ଟି ୱାର୍ଡ କୁ ଯାଇ ଅଳିଆ ଆବର୍ଜନା ସଂଗ୍ରହ ବୋଲି ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ସୂଚନା ଦେଇଛନ୍ତି l
