ବର୍ଷାରୁ ରକ୍ଷା ପାଇବା ପାଇଁ ବାରଣ୍ଡାରେ ନେଇଥିଲେ ଆଶ୍ରୟ, ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇନେଲା ଟ୍ରକ୍ ଡ୍ରାଇଭର

ବର୍ଷାରୁ ରକ୍ଷା ପାଇବା ପାଇଁ ବାରଣ୍ଡାରେ ନେଇଥିଲେ ଆଶ୍ରୟ, ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇନେଲା ଟ୍ରକ୍ ଡ୍ରାଇଭର

ଭଦ୍ରକ ୩।୧୦: ପ୍ରବଳ ବର୍ଷାର ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇନେଲେ ଟ୍ରକ୍‌ ଡ୍ରାଇଭର । ମହିଳାଙ୍କୁ ଅପହରଣ କରିନେଇଥିବା ଘଟଣା ଭଦ୍ରକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣା ସଂପର୍କରେ ପୋଲିସ ଅବଗତ ଅଛି । ଘଟଣାକୁ ନେଇ ଭଦ୍ରକ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଟୋଲଗେଟ୍ ସମେତ ବିଭିନ୍ନ ସ୍ଥାନରେ ଟ୍ରକ୍‌କୁ ଧରିବାକୁ ସିସିଟିଭି ଯାଞ୍ଚ କରାଯାଉଛି । ଜିଲ୍ଲାର ବିଭିନ୍ନ ଟ୍ରକ୍ ଆସୋସିଏସନ ସହିତ ଡ୍ରାଇଭର ସଂଘର ସାହାଯ୍ୟ ଲୋଡ଼ା ଯାଇଥିବା ସୂଚନା ଦେଇଛନ୍ତି ଆଡିସନାଲ ଏସ୍‌ପି ଅରୂପ ଅଭିଷେକ ବେହେରା ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଚରମ୍ପା ଫାଣ୍ଡି ଛକ ନିକଟରେ ଜଣେ ଦିବ୍ୟାଙ୍ଗ ମହିଳା ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ । ଏହି ସମୟରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଏକ ଟ୍ରକ୍‌ର ଡ୍ରାଇଭର ସେହି ସମୟରେ ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ପରେ ତାଙ୍କ ନିକଟକୁ ଆସି ସେହି ମହିଳାଙ୍କୁ ଜୋରଜବରଦସ୍ତ ଟେକିନେଇଥିଲେ । ଗାଡ଼ି ଭିତରେ ଭର୍ତ୍ତି କରି ତାଙ୍କୁ କେଉଁ ଆଡ଼କୁ ନେଇ ଯାଇଛନ୍ତି । ଏହି ଘଟଣାଟି ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହ ମହିଳାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *