ଦେଶ ଓ ଜାତିର ସମ୍ମାନ ରଖିବା ଆମର କର୍ତ୍ତବ୍ୟ
ଜଟଣୀ ତା ୨୫-୦୧-୨୫ ଜଟଣୀ ପୌରାଞ୍ଚଳ ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ଶ୍ରୀ ଅବନୀ ରାଉତରାୟ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ। ଯେଁଉ ମହାପୁରୁଷ ନିଜ ଜୀବନକୁ ଭାରତର ମୁକ୍ତି ସଂଗ୍ରାମରେ ଉତ୍ସର୍ଗ କରିଥିଲେ, ଦେଶ ଓ ଜାତି ତାଙ୍କୁ ସମ୍ମାନ କରିବା ସହିତ ତାଙ୍କ ସ୍ମୃତି ଚାରଣ କରିବା ଉଚିତ୍ । ଅନ୍ୟ ମାନଙ୍କ ମଧ୍ୟରେ ରେଳ ଶ୍ରମିକ ନେତା ବିଜୟ ରାମ ମହାନ୍ତି, ଶିକ୍ଷାବିତ୍ ସୁଶାନ୍ତ କୁମାର ରାଉତ, ସାହିତ୍ୟକ ଆଦି ନାରାୟନ ଖଣ୍ଡୁଆଳ ସୁରେଶ ଚନ୍ଦ୍ର ରଥ। , ଭକ୍ତ ବନ୍ଧୁ ଚୌଧୁରୀ, ସାମାଜିକ କର୍ମୀ ବାସୁଦେବ ସେଠୀ, ସେକେ ସରିଫି, ଶ୍ରମିକ ନେତା ସାରଙ୍ଗଧର ବେହେରା , ଆଶୁତୋଷ ରାୟ , ବେଣୁଧର ନାୟକ ପ୍ରମୁଖ ଯୋଗ ଦେଇ ମହା ପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
