ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ସାହିତ୍ୟିକ ହରିହର ମିଶ୍ରଙ୍କ ଜୟନ୍ତୀ
ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ସାହିତ୍ୟିକ ହରିହର ମିଶ୍ରଙ୍କ ଜୟନ୍ତୀ ଶ୍ୟାମ ପ୍ରଫେସର ମୋହିନୀ ମିଶ୍ର ଙ୍କ ସଭାପତିତ୍ବରେ ଏକ ରାମଚନ୍ଦ୍ର ମିଶ୍ର, ମୋହିନୀ ମିଶ୍ର, ଡକ୍ଟର ଦିଲୀପ କୁମାର ସ୍ୱାଇଁ ଏବଂ ଧର୍ମପତ୍ନୀ ରାଜଲକ୍ଷ୍ମୀ ମିଶ୍ର ହରିହର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି।

ପରେପରେ ସର୍ବାଣୀ ଦାସଙ୍କ ସଂଯୋଜନାରେ ସନ୍ନ୍ୟାସୀ ନାୟକ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର,, ସୈାଭାଗ୍ୟ ପଟ୍ଟନାୟକ, ମିନତି ମିଶ୍ର, କସ୍ତୁରୀକା ମିଶ୍ର , ଯୋଗେଶ୍ଵର ପ୍ରହରାଜ, ରାଧାକୃଷ୍ଣ ପ୍ରଧାନୀ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, କାମଦେବ ମହାରଣା , ଡକ୍ଟର ଚାରୁବାଳା ଦାଶ ପ୍ରମୁଖ ସ୍ବରଚିତ କବିତା ସହ କବି ହରିହର ମିଶ୍ରଙ୍କ ସଂକଳନରୁ କବିତା ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ହରିହର ମିଶ୍ର ସ୍ମୃତି ସମିତି ଆୟୋଜନ କରିଥିଲେ । ରୂପକନ୍ପ ମିଶ୍ର ଏବଂ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
