ଆଜି ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ
ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳାଚଞ୍ଚଳ। ସୂର୍ଯ୍ୟ ଉପାସକ ମାନେ ପ୍ରାତଃହରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚନା କରିଥିଲେ ଶ୍ରଦ୍ଧାଳୁ । କୋବିଡ କଟକଣା ଯୋଗୁଁ ଚନ୍ଦ୍ରଭଗା ଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଥିବା ବେଳେ ଆଜି ସୂର୍ଯ୍ୟ 6.38 ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ । ଏହି ତିଥିରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ଠାରେ ପହଂଚି ଥିଲା। କାହିଁ କେଉଁ କାଳରୁ ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ସମ୍ବାଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟ ମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ତେବେ ସମସ୍ତ ପୁରପଲ୍ଲୀରେ ଏହି ପରମ୍ପରା ଆଜିର ଦିନରେ ପାଳିତ କରାଯାଇଥାଏ। ଏପଟେ ପୃଥିବୀ ରୁ କିପରି କରୋନା ଓ ଓମିକ୍ରନ ଚାଲିଯାଉ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ।
ପୌରାଣିକ ମତ ଅନୁସାରେ ପ୍ରଭୁ ଶ୍ରୀ କୃଷ୍ଣ ମା ଜାମ୍ବବତୀଙ୍କ ସହ ରତିକ୍ରିଡାରେ ଥିବାବେଳେ ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ ସେଠାରେ ପହଂଚିଯାଇଥିଲେ । ପ୍ରଭୁ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବ କୁ କୃଷ୍ଠ ରୋଗର ଅଭିଶାପ ଦେଇଥିଲେ। ପରେ ଅଭିଶାପ ଯୋଗୁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ।
କୁଷ୍ଠ ରୋଗରୁ ମୁକ୍ତ ହେବାପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହେଇଥିବା ବେଳେ ସୂର୍ଯ୍ୟନାରାୟଣ ଙ୍କୁ ପୂଜାକଲେ କୁଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନୀ ପରାମର୍ଶ ଦେଇଥିଲେ । ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ପୂଜାକରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ।ଆଉ ମଧ୍ୟ ସମ୍ବାଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ ।
ସେଠାରେ 27ଦିନ ରଖାଯାଇ ଗ୍ରହ ନକ୍ଷେତ୍ର ଙ୍କୁ ପୂଜା ଅର୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ। କୋବିଡ କଟକଣା ରେ ସୂର୍ଯ୍ୟ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ । ତେବେ ଆଜି ସୂର୍ଯ୍ୟ ମନ୍ଦିରରେ ପବେଶ ଶୁକ୍ଳ ଛାଡ଼ ଥିବାରୁ ସୂର୍ଯ୍ୟ ମନ୍ଦିର ମଧ୍ୟରେ ବେଶ ପର୍ଯ୍ୟଟକ ଭିଡ ଦେଖିବାମିଳିଥିଲା।
ଆଜିବି ସୂର୍ଯ୍ୟ ଦେବଙ୍କ ଭକ୍ତ ମାନେ ପୌରାଣିକ ମତକୁ ମନେ ରଖି ସୂର୍ଯ୍ୟ ପୂଜା କରି ପରିବାରର ଆରୋଗ୍ୟ ଲାଭ ପାଇଁ ବିଶ୍ୱାସ ରଖି କରୁଛନ୍ତି ସୂର୍ଯ୍ୟ ପୂଜା।
ରିପୋର୍ଟ- କୋଣାର୍କରୁ ସୌମ୍ୟ ରଞ୍ଜନ ।
