ସମୁଦ୍ର କୂଳରେ ଶୌଚାଳୟ ବ୍ୟବସ୍ଥା
ପୁରୀ ସମୁଦ୍ର କୂଳ ଦିଗବାରେଣୀ ଠାରେ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ବା ଗେଲ ର ସି ଏସ ଆର ଫଣ୍ଡ ପକ୍ଷରୁ ଆଜି ସୁଲଭ ଇଣ୍ଠରନ୍ୟାସନାଲ ସହଯୋଗ ରେ ଦେୟ ମୁକ୍ତ ଶୌଚାଳୟ ବ୍ୟବସ୍ଥା ର ଉଦଘାଟନ କରାଯାଇଛି।ପୁରୀ ପୌରପାଳିକା ପକ୍ଷରୁ ସୁଲଭ ଇଣ୍ଟରନ୍ୟାସନାଲ କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଉଦଘାଟନ କରି ଏହାର ଆବଶ୍ୟକତା ଥିଲା।ତେଣୁ ଗେଲ ଓ ପୌରପାଳିକା ପକ୍ଷରୁ ଏପରି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା,ସୁଲଭ ଇଣ୍ଠରନ୍ୟାସନାଲ ପ୍ରତିନିଧି ବିନୋଦ ଶର୍ମା, ପୁରୀ ସଦର ବିଡ଼ିଓ ସମ୍ବିତ ଶତପଥୀ ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟକ ମାନଙ୍କ ପାଇଁ ଏହି ଶୌଚାଳୟ,ସ୍ନାନାଗାର,ୱ।ସ ବେସିନ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।ତେବେ ଏହାର ସ୍ୱଛତା, ପରିଷ୍କାର, ପରିଛନତା ପ୍ରତି ସମସ୍ତେ ସଚେତନ ହେବାକୁ ସେମାନେ ଅନୁରୋଧ କରିଥିଲେ।
