କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା।

ଫୁଲବାଣୀ:ନିପ୍ର:-୧୭/୦୩ ଆଉ ୩ ଦିନ ପରେ ୨୧ ତାରିଖରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ତତ୍ୱାବ ଧାନରେ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବ ଚଳିତ ୨୦୨୫ ବର୍ଷର ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର କଳା ସଂସ୍କୃତିର କଳାକାର ମାନଙ୍କୁ ଓ କ୍ରୀଡ଼ା ବିତ୍ ମାନଙ୍କୁ ସମ୍ମାନ ଜଣାଇ ଉତ୍ସାହିତ କରିବା ଓ ଜିଲ୍ଲାରେ ଭାଇଚାରା ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପ୍ରତି ବ୍ଲକ୍ ମୂଖ୍ୟ କାର୍ଯ୍ୟାଳୟ ରେ ମଶାଲ ଶୋଭାଯାତ୍ରା ଆୟୋଜନ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମାନ ଅନୁଷ୍ଠିତ କରାଯାଇଛି। ଆଜି ଖଜୁରୀପଡ଼ା ବ୍ଲକ୍ ମୂଖ୍ୟ କାର୍ଯ୍ୟାଳୟ ଠାରେ ବିଡ଼ିଓ ଦତ୍ତାତ୍ରେୟ ବାହିନୀପତି ଙ୍କ ତତ୍ଵାବ ଧାନରେ ମଶାଲ ଶୋଭାଯାତ୍ରା ଘଣ୍ଟ ବାଜା,ଢୋଲ,ନିଶାନ,ମହୁରୀ, ଶଙ୍ଖର ଧୋନୀର ଆଦିବାସୀ ନୃତ୍ୟ ସଙ୍ଗୀତରେ ବାହାରି ୧୧ ଘଣ୍ଟିକା ସମୟରେ ଖଜୁରୀପଡ଼ା ସ୍ଥାନୀୟ ହାଇସ୍କୁଲ୍ ଖେଳପଡ଼ିଆ ଠାରେ ପହଞ୍ଚିଥିଲା। ଏହାପରେ ଏଠାରେ ସମସ୍ତେ ବାଜା ଢୋଲ ମହୁରୀ ଓ ସଙ୍ଗୀତର ତାଳେ ତାଳେ ନାଚିଥିଲେ।ଚାରିଆଡ଼େ ଉତ୍ସଵ ମୁଖର ହୋଇ ଉଠିଥିଲା ସମସ୍ତଙ୍କ ମନରେ ଉତ୍ସାହର ଲହରୀ ଦେଖିବାକୁ ମିଳିଥିଲା। ତାପରେ ଆରମ୍ଭ ହୋଇଥିଲା କ୍ରୀଡ଼ା ପ୍ରତିଯୋଗିତା ଫୁଟବଲ,ଭଲିବଲ୍, କବାଡି,ଖୋକୋ ଅନେକ ଦଳ ଯୋଗ ଦେଇଥିଲେ। ସେଶ ପର୍ଯ୍ୟାୟ ଫାଇନାଲରେ ଯେଉଁ ଦଳ ବିଜୟ ହେଇଛନ୍ତି ସେମାନଙ୍କୁ ଫୁଲବାଣୀ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା କୁହାଯାଇଛି।

ସେହିଭଳି ବିଭିନ୍ନ ନାଚ ଗୀତର ପ୍ରତିଯୋଗୀତା ମଧ୍ୟ ହୋଇଥିଲା ଏଥିରେ ମଧ୍ୟ ବିଭିନ୍ନ କଳାକାର ଦଳ ଭାଗ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଯେଉଁ କଳାକାର ଦଳ ତାଙ୍କର କଳା ପ୍ରଦର୍ଶନ କରି କୃତିତ୍ୱ ହେବେ ସେହି କଳାକାର ଦଳ ଫୁଲବାଣୀ ଜିଲ୍ଲା ସ୍ତରୀୟ ଠାରେ ଅଂଶ ଗ୍ରହଣ କରିବ।ଫୁଲବାଣୀ ମିନି ଷ୍ଟାଡିୟମରେ ଠାରେ ଏହି ମହୋତ୍ସବ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରତ୍ୟେକ ଦିନ କ୍ରୀଡ଼ା ପ୍ରତିଯୋଗିତା ସହିତ ବିଭିନ୍ନ ନଚ ଗୀତ ହେବ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ କୁମାର ମୂର୍ମୁ,ଯୋଗାଣ ନିରୀକ୍ଷକ ଅଧିକାରୀ ପ୍ରିତି ରଞ୍ଜନ ବିଶ୍ଵାଳ, କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବାସି ଦିଗାଲ୍ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ପ୍ରମୁଖ ସହଯୋଗ କରିବା ସହିତ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *