ସେହି ବାପା ମା ନିଜ ସନ୍ତାନଙ୍କ ପାଇଁ ଅଲୋଡା ହୋଇ ପଡିଛନ୍ତି
ଯେଉଁ ବାପ ମା ପିଲାଟିକୁ ଜନ୍ମଦେଇ ଲାଳନ ପାଳନ କରି ପାଠ ପଢ଼ାଇ ସମାଜରେ ପ୍ରତିଷ୍ଠା କରାଇବା ପାଇଁ ନିଜ ସୁଖ, ଯୌବନ ଓ ଜୀବନକୁ ତିଳେ ତିଳେ କରି ଜାଳି ଦେଇଥାନ୍ତି, ଆଜି ସେହି ବାପା ମା ନିଜ ସନ୍ତାନଙ୍କ ପାଇଁ ଅଲୋଡା ହୋଇ ପଡିଛନ୍ତି। ନିଜ ପୁଅ ବୋହୂ ଠାରୁ ମାଡ଼, ଗାଳି ପରି ଶାରୀରିକ ଓ ମାନସିକ ତଥା ଅକଥନୀୟ ନିର୍ଯ୍ୟାତନା ସହୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେପାଣ୍ଡୁଆ ପଞ୍ଚାୟତ ହାତୀକେନା ଗାଁର ଧୁନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା ସେଠୀ। ବୟସ ଉଭୟଙ୍କର ୭୦ରୁ ଉର୍ଦ୍ଧ। ଧୁନ ସେଠୀ ପାରାଦ୍ୱୀପ ରେ ଶ୍ରମିକ ଭାବେ କାମ କରି ୩ଟି ଝିଅ, ସ୍ତ୍ରୀ ଓ ଏକମାତ୍ର ପୁଅକୁ ନେଇ ଖୁସିରେ ପରିବାର ଚଳାଉଥିଲେ। ପରେ ଧୁନ ତିନି ଝିଅଙ୍କୁ ବିବାହ ଦେବା ସହିତ ପୁଅର ବାହାଘର କରି ବୋହୁଟିଏ ଆଣିଥିଲେ। ଆଶା ରଖିଥିଲେ ଅବସର ବୟସରେ ପୁଅ ବୋହୂ ଙ୍କ ସହିତ ଖୁସିରେ ଶେଷ ଜୀବନ ଅତିବାହିତ କରିବେ। ମାତ୍ର ଧୁନ ଅବସର ବେବାପରେ ଆରମ୍ଭ ହୋଇଥିଲା ପୁଅ ବୋହୁଙ୍କ ଦ୍ୱାରା ନିର୍ଯ୍ୟାତନା। ବୃଦ୍ଧ ବାପା ମାଙ୍କ ସମସ୍ତ ପୈତୃକ ସମ୍ପତ୍ତିକୁ ଚଂଚକତା କରି ପୁଅବୋହୁ ହାତେଇ ନେବା ପରେ ତାଙ୍କୁ ଖାଇବାକୁ ନଦେବା, ଗାଳି ସହିତ ମାଡ଼ ମାରି ବାପାଙ୍କର ଅଣ୍ଟା ଭାଙ୍ଗି ଦେବା ଏବଂ ଶେଷରେ ଘରୁ ବାହାର କରିଦେବା ପରି ଅମାନବୀୟ ନିର୍ଯ୍ୟାତନା ଦେଉଛନ୍ତି ପୁଅ ଟୁକୁନା ସେଠୀ ଓ ବୋହୁ। ତେବେ ଏହି ଖବର ପାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ଉଭୟ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହିତ ନ୍ୟାୟ ଓ ସୁରକ୍ଷା ପାଇଁ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ନ୍ୟାୟ ଅପେକ୍ଷା ରେ ପରିବାର ଲୋକେ ।
