ଅବସର ଦିନ ହିଁ ସମ୍ପୂର୍ଣ୍ଣ ପେନସନ ପ୍ରଦାନ କଲେ ଗୋଷ୍ଠି ଶିକ୍ଷା ଅଧିକାରୀ
ଅବସର ଦିନ ହିଁ ସମ୍ପୂର୍ଣ୍ଣ ପେନସନ ପ୍ରଦାନ କଲେ ଗୋଷ୍ଠି ଶିକ୍ଷା ଅଧିକାରୀ । କନ୍ଧମାଳ ଜିଲ୍ଲା କୋଟଗଡ – ଅବସର ଦିନ ସମ୍ପୂର୍ଣ୍ଣ ପେନସନ ଗ୍ରାଚୁଇଟି ସି. ଭି. ପି ପ୍ରଦାନ କଲେ କୋଟଗଡ ଗୋଷ୍ଠି ଶିକ୍ଷା ଅଧିକାରୀ। ୨୦୨୫ମସିହା ଜୁନ ମାସ ୩୦ ତାରିଖ ରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକ ଅଧିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁର୍ଗାପଙ୍ଗା ର ଜୈନିକ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ପାତ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଶ୍ରୀ ଗଣେଶ ପ୍ରଧାନ ନୂତନ ଭାବେ କୋଟଗଡ ବ୍ଲକ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ଯୋଗ ଦେବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମସ୍ତ କାର୍ଯ୍ୟ କୁ ତୁରନ୍ତ ତ୍ବରାନ୍ୱିତ କରିବା ନିମନ୍ତେ ସୂଚନା ଦେଇଥିଲେ। ନିଜ କହିବା ଅନୁସାରେ ସେ ଅବସର ଗ୍ରହଣ ଦିନ ହିଁ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ପାତ୍ର ଙ୍କୁ ସମ୍ପୂର୍ଣ୍ଣ ପେନସନ ପ୍ରଦାନ କରିଛନ୍ତି। ଏହା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟ ରତ କନିଷ୍ଠ ସହାୟକ ଶ୍ରୀ ରଞ୍ଜନ କୁମାର ପ୍ରଧାନ ଙ୍କ ପ୍ରଚେଷ୍ଟା ଏବଂ କଣ୍ଟ୍ରାଲର ଅଫ ଆକାଉଣ୍ଟସ୍ ଭୁବନେଶ୍ୱର ଠାରେ କାର୍ଯ୍ୟରତ Deputy contraroller of accounts, ଧରିତ୍ରୀ ବରାଳ ମହୋଦୟାଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି। ସ୍ଥାନୀୟ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମହଲରେ ଏକ ଖୁସିର ଲହରୀ ସୃଷ୍ଟି ହେଇଯାଇଛି।
