ପର୍ଯ୍ୟଟକଙ୍କୁ କାଜୁ ପ୍ୟାକେଟରେ ନକୁଳ ଦାନା ବିକ୍ରି

କୋଣାର୍କ କୋଣାର୍କ,୨୮।୧- ଦୀର୍ଘ ବର୍ଷ ହେଲା ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ କାଜୁ ପ୍ୟାକେଟ କିଣି ଠକାମୀର ଶୀକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକମାନେ। ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଖାଦ୍ୟ ନିରୀକ୍ଷକ ସବୁ ଜାଣି ଚୁପ୍ ହୋଇ ବସି ନିଦାବିଷ୍ଣୁ ସାଜିଛନ୍ତି। ବୁଧବାର ସକାଳେ କିଛି ପର୍ଯ୍ୟଟକ ଜଣେ ସାଇକେଲ ରେ ଆସିଥିବା ଦଲାଲ୍ ବେପାରୀ ଠାରୁ କାଜୁ କିଣି ଥିଲେ। ଚିକ୍କଣ ଦେଖିବାକୁ କାଜୁ ପ୍ୟାକେଟରେ ଥିଲା କେବଳ ୫୦ ଗ୍ରାମ କାଯୁ ସହିତ ନକୁଳ ଦାନା। ଚଢା ଦରରେ ବିକ୍ରୀ କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀମାନେ। ବୁଧବାର ମହାରାଷ୍ଟ୍ରର ପର୍ଯ୍ୟଟକମାନେ ଠକାମିର ଶୀକର ହୋଇଥିବା ଅଭିଯୋଗ କରିଛନ୍ତି। ଅସାଧୁ ବ୍ୟବସାୟୀମାନେ ସାଇକେଲ ଓ ବାଇକରେ ଆସି ପର୍ଯ୍ୟଟକଙ୍କ ବସ ଛାଡ଼ିବା ସମୟରେ ଏହାକୁ ବିକ୍ରୀ କରି ପଳାଉଛନ୍ତି। କୋଣାର୍କ ରିଙ୍ଗ ରୋଡ ନିକଟରେ ବୁଲା ବେପାରୀମାନେ ଲୋଭନୀୟ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରିଛନ୍ତି। ଗୋଟିଏ ବସରେ ମହାରାଷ୍ଟ୍ରରୁ ଆସିଥିବା ପ୍ରାୟ ୧୫ ଜଣ ପର୍ଯ୍ୟଟକ ବୁଧବାର ଏଭଳି ଠକାମିର ଶିକାର ହୋଇଛନ୍ତି। ଉପରକୁ ଚକଚକ ଦେଖାଯାଉଥିବା ଲୋଭନୀୟ ପ୍ୟାକେଟ ଖୋଲିବାରୁ ଭିତରେ ପୋକରା କାଜୁ ଓ ନକୁଳ ଦାନା ରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ସାମ୍ବାଦିକଙ୍କ ସହଯୋଗରେ ୧୧୨ କୁ କଲ୍ କରିଥିଲେ ମଧ୍ଯ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାରି ନଥିଲା। ତେଣୁ ବିଳମ୍ବ କାରଣରୁ ସେମାନେ ପଳାଇଥିଲେ। ଏବଂ ଅତ୍ୟନ୍ତ ନିନ୍ଦା କରିବା ସହ ସ୍ଥାନୀୟ ପୋଲିସ୍, ପ୍ରଶାସନ ଓ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖାଦ୍ୟ ନିରୀକ୍ଷକ ଓ ପୁଲିସ ପକ୍ଷରୁ ନାମକୁ ମାତ୍ର ବର୍ଷକରେ ଥରେ ଦୁଇଥର ଯାଞ୍ଚ କରାଯାଉଛି। ହେଲେ ପ୍ରକୃତ ଦଲାଲ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଗତ ୨୦୨୫ ଜାନୁୟାରୀ ୨୭ରେ ପୁରୀ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ଯୁଷ ରଂଜନ ତାରେଣିଆଙ୍କ ନେତୃତ୍ବରେ ଭୁବନେଶ୍ବରରୁ ଆସିଥିବା ମୋବାଇଲ ଲାବୋରେଟୋରୀ ଟେଷ୍ଟିଂଗ ଭ୍ଯାନ ସହ ୪ଜଣିଆ ଟିମ କୋଣାର୍କ ଟୁରିଷ୍ଟ ମାର୍କେଟ ସମେତ ବିଭିନ୍ନ ସ୍ଥାନରେ ପୋକରା ଓ ନିମ୍ନମାନର କାଜୁ ବିକ୍ରି କରି ପର୍ଯ୍ୟଟକଙ୍କୁ ଲୁଟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଦୋକାନ ଉପରେ ଚଢାଉ କରିଥିଲେ। କାଜୁ ଦୋକାନ ଗୁଡିକରୁ କାଜୁ ଓ ରାମଦାନା ସଂଗ୍ରହ କରି ଭୁବନେଶ୍ଵର ସ୍ଥିତ ମାନ ପରୀକ୍ଷା କେନ୍ଦ୍ରକୁ ପଠାଇଥିଲେ। ବାସ ସେତିକିରେ ଚଢ଼ାଉ ଶେଷ। ପରେ ଅବସ୍ଥା ଯାହାକୁ ସେଇଆ। ଏହି ଚଢାଉ ଲୋକ ଦେଖାଣିଆ ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏନେଇ କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରୀପାଠୀଙ୍କ ସହ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ନିନ୍ଦା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *