ଅପରେସନ ଚକ୍ର ଅଭିଯାନ ରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି

ଅପରେସନ ଚକ୍ର ଅଭିଯାନ ରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି ଛୁରୀ ଦେଖାଇ ଉଠା ଦୋକାନୀ ଓ ଅଟୋ ଡ୍ରାଇଭରଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଆଜି ଦିନ ସମୟରେ ଟାଉନ ଥାନା ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସମସ୍ତ ଅପରାଧି ଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୫୬୮/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୩୨/୧୦୯(୧)/୩୫୧(୩)/୨୯୬/୩(୫) ଭାରତୀୟ ନ୍ୟାୟ ସଂହିତା *ଅପରାଧୀଙ୍କ ନାମ* :୧) ମନୋଜ ଭୋଇ(୨୦), ଜଗନ୍ନାଥ ବଲ୍ଲଭ,ପୁରୀ ।୨) ଜଟିଆ@ ମନୋରଞ୍ଜନ ପଣ୍ଡା (୨୮), ବାଲିସାହୀ, ପୁରୀ ।୩) ବନ୍ଧନ ମଲିକ (୨୭), ଯାଯପୁର , ବର୍ତ୍ତମାନ ଠିକଣା – ଜଗନ୍ନାଥ ବଲ୍ଲଭ, ପୁରୀ । *ଜବଦ୍ ସାମଗ୍ରୀ* :୧) ଷ୍ଟିଲ ଛୁରୀ – ୧ ଟା୨) ମୋବାଇଲ୍ ଫୋନ୍ – ୨ ଟା୪) ୨୪୦ ଟଙ୍କା l

Leave a Reply

Your email address will not be published. Required fields are marked *