ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଓ ଆଧୁନିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା
ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଓ ଆଧୁନିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା l ଖୋର୍ଦ୍ଧା ତା 18.12.2025 ରିଖ:ଖୋର୍ଦ୍ଧା ଟିଏଲସି ପଡିଆ ନିକଟ ବିଡିଏ (ଭୁବନେଶ୍ୱର ଡେଭଲୋପମେଣ୍ଟ ଅଥରିଟି ) ପଡିଆ ଠାରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ତଥା ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଓ ସ୍ବେଛାସେବୀ ଅନୁଷ୍ଠାନ ନିୟୁ ଥିକିଙ୍ଗ ଫୋରମ ଆନୁକୁଲ୍ୟରେ ଆୟୋଜିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟାରେ ବହୁ ଖ୍ୟାତନାମା ପାରମ୍ପାରିକ କଳାକାର ଏବଂ ଓଲିଉଡ ଗାୟକ ଗାୟିକା ମାନେ ରଙ୍ଗାରଙ୍ଗ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ମନମୁଗ୍ଧ କରି ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତା ତଥା ଖୋର୍ଦ୍ଧା ପାଇକ ଗଡର କିମ୍ବଦନ୍ତୀ ସଂସ୍କୃତି ପ୍ରଦର୍ଶନ କରିଥିଲେ l ଆଜିର ତୃତୀୟ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା-ନୃତ୍ୟ ନୟନା ଡ୍ୟାନ୍ସ ଗ୍ରୁପ, ଅଜିତ ଡ୍ୟାନ୍ସ ଗ୍ରୁପ, ଜାଗୃତି ନୃତ୍ୟ ମନ୍ଦିର ଗ୍ରୁପ ଓ ରିୟନ ଡ୍ୟାନ୍ସ ଗ୍ରୁପ,ଖୋର୍ଦ୍ଧା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଖ୍ୟାତ ନାମା ଓଲିଉଡ କଳାକାର ପୁନମ୍ ମିଶ୍ର ପ୍ରମୁଖ ନିଜ ନିଜର ନିଖୁଣ ଓଡ଼ିଆ ଜଗନ୍ନାଥ ଧର୍ମୀ ନୃତ୍ୟ ସହ ପାରମ୍ପାରିକ ନୃତ୍ୟସଙ୍ଗିତ ପରିବେଷଣ କରିଥିଲେ l ମହୋତ୍ସବ କମିଟି ସଭାପତି ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ପୋରହିତ୍ୟରେ ଅନୁଷ୍ଠିତ ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନ ସଭାର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ପୌର ପରିଷଦ, ଖୋର୍ଦ୍ଧା ନିର୍ବାହୀ ଅଧିକାରୀ ରିଜ୍ଵାନ କାକ୍ବାବ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ, ସଞ୍ଜୟ ନାୟକ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ରବିଦ୍ର ସାହୁ, ପୂର୍ବତନ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କୁନି ଲତା ସାହୁ ଯୋଗଦେଇଥିଲେ l ମୁଖ୍ୟ ଅତିଥି ଓଡ଼ିଶା ବିଧାନ ସଭାର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଅଭିଭାଷଣରେ କହିଲେ ଖୋର୍ଦ୍ଧାର ପାଇକ ବିଦ୍ରୋହ ସାରା ଜଗତ ବିଦିତ l ଖୋର୍ଦ୍ଧା ବୀର ମାଟିରେ ଯେଉଁ ମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଭାଗ୍ୟଶାଳି ଅଟନ୍ତି l

ଖୋର୍ଦ୍ଧାର ଏହି ମହୋତ୍ସବ ବିକଶିତ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିକଶିତ ଜିଲ୍ଲାରେ ଏକ ନମ୍ୱର୍ ହେବ ଏବଂ ଯୁବଶକ୍ତି ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଲେ ଓଡ଼ିଆ ସବୁଠାରେ ଭାରି ବଢିଆ l ଓଡ଼ିଶାର ପବିତ୍ର ମାଟି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା l ଖୋର୍ଦ୍ଧା ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ, ପାଇକ ବୀରତ୍ଵ ବିଶ୍ୱ ଇତିହାସରେ ପ୍ରମାଣିତ କରେ l ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ଜଗଦେବ ସ୍ୱାଗତ ଭାଷଣ ଦେଇ କହିଲେ ବିଶ୍ୱାସ ଓ ଭଲ ପାଇବା ଥିଲେ ଅସାଧ୍ୟ ସାଧିତ ହେବାସହ ଖୋର୍ଦ୍ଧା ଶିଳ୍ପ ହବ ରେ ପରିଣତ ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଉଜ୍ଜ୍ୱଳମୟ ହେବ l ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ଉପସ୍ଥାପନା ଶ୍ରୀକାନ୍ତ କୁମାର ନାୟକ ସମ୍ପାଦନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାରେ ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବହୁ ବୁଦ୍ଧି ଜିବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନସମାବେଶ ହୋଇଥିଲା l ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ, ସ୍ମୃତି ଫଳକ,ଓ ଖୋର୍ଧାଗଡ ପଗଡ଼ି, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇl l ସେହିପରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସ୍ୱାଗତିକା ଜଗଦେବ ଏବଂ ମାନ୍ୟବର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ସ୍ନେହଲତା ପ୍ରଧାନ ଯୋଗଦେଇଥିଲେ l
