ଅସୁରକ୍ଷିତ ଭାବେ ପରିବା ବେପାରୀ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ପରିବା ବେପାରୀ ଅସୁରକ୍ଷିତ ଭାବେ ବ୍ୟବସାୟ କହୁଛନ୍ତି ସହର ମଝି ଦେଇ ଯାଇ ଥିବା ୩୨୬ ତମ ଜାତୀୟ ରାଜପଥ ପାର୍ଶ୍ଵ ରେ ବସି ବ୍ୟବସାୟ କରନ୍ତି । ରାସ୍ତା କଡ ରେ ଛୋଟ ଛୋଟ କୁଡିଆ କରି ଖରା, ବର୍ଷା, ଶୀତ କାକର ଖାଇ ବଡ ଅବସ୍ଥାରେ ପରିବା ବିକ୍ରି କରୁଛନ୍ତି ଏହା ଛଡ଼ା ରାସ୍ତା କଡ ରେ ବସି ବେପାର କରିବା ବିପଦପୂର୍ଣ୍ଣ ଅଟେ । ଆଜି କାଲି ଯାନବାହାନ ଚଳାଚଳ ଅଧିକା ମାତ୍ରା ରେ ହେଉଛି । କେତେବେ କଣ ଘଟି ଯାଇ ପାରେ ଏହାକୁ ଏଡାଇ ହେବ ନାହିଁ । ଏଠି ହାତ ଗଣତି ୧୫ ରୁ ୨୦ ଜଣ ପରିବା ଦୋକାନୀ ରହିଛନ୍ତି । ଆମ୍ବେଦକର ଛକ କୁ ଲାଗି ପୁରୁଣା ଥାନା ରେ କିଛି ଜାଗା କାମ ରେ ନ ଲାଗି ପଡ଼ି ରହିଛି ଉକ୍ତ ସ୍ଥାନ କୁ ଏକ ମାର୍କେଟ କମ୍ପ୍ଲେକ୍ସ କରି ଏହି ବେପାରୀ ମାନଙ୍କୁ ସୁରକ୍ଷିତ ଭାବେ ବ୍ୟବସାୟ କରିବା ବ୍ୟବସ୍ତା କରାଗଲେ ବେପାରୀ ବିଶେଷ ଉପକୃତ ହୁଅନ୍ତେ ଏବଂ ବଜାର ରେ ମଧ୍ୟ ଗହଳି କମିବା ସହ ବେଳେ ବେଳେ ଯାହା ଦୁର୍ଘଟଣା ଜନିତ ସମସ୍ୟାକୁ ଏଡାଇ ହୁଅନ୍ତା ବୋଲି ସଧାରଣ ରେ ମତପ୍ରକାଶ ପାଉଛି । ଏନେଇ ଲକ୍ଷ୍ମୀପୁର ବିଡିଓ ଗୁରେଶ୍ବର ଭୋଇ ଗୃହ ବିଭାଗକୁ ଚିଠି କରି ଯଦି ଅନୁମତି ମିଳେ ତେବେ ଉକ୍ତ ସ୍ଥାନ ରେ ଭେଣ୍ଡିଙ୍ଗ ଜୋନ କରିବା ବ୍ୟବସ୍ତା ପାଇଁ କହିଛନ୍ତି ଏହା ଛଡା ବଜାର କମିଟ ମଧ୍ଯ ସହମତି ପ୍ରକାଶ କରିବା ସହ ଏହା କରାଗଲେ ସବୁ ଆଡୁ ସୁବିଧା ହେବ ବୋଲି ବଜାର କମଟିର ସଭାପତି ମୋନଜ ସାହୁ ଏବଂ ଉମାଶଙ୍କର କର୍କରା କହିଛନ୍ତି । ଏଥି ପାଇଁ ଆମ ବଜାର କମିଟି ଲିଖିତ ଆକାରରେ ବିଡିଓ ଙ୍କୁ ଜଣାଇବା କୁ କହିଛନ୍ତି ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ପବିତ୍ର ସାଉଁନ୍ତା ମଧ୍ୟ ରାସ୍ତା କଡ ରେ ବିପଦଶଙ୍କୁଲ ଅବସ୍ଥା ସହ ଖରା, ବର୍ଷା ଶୀତ କାକର ଖାଇ ଖୋଲାମେଲା ରେ ବସି ବ୍ୟବସାୟ କରୁଛନ୍ତି । ଏମାନଙ୍କୁ ଉକ୍ତ ସ୍ଥାନ ରେ ଭେଣ୍ଡିଙ୍ଗ ଜୋନ କରି ସ୍ଥାୟୀ ଭାବରେ ସ୍ଥାପନ କରାଗଲେ ବିଶେଷ ସୁବିଧା ହେବ ଏଵଂ ଏଥି ପାଇଁ ମୁଁ ମଧ୍ୟ ପ୍ରୟାସ କରିବି ବୋଲି କହିଛନ୍ତି ।
ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ
