କେକେ ଲାଇନର ଚିମିଡିପାଲ୍ଲୀ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ”

“କେକେ ଲାଇନର ଚିମିଡିପାଲ୍ଲୀ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ” – ପୁନରୁଦ୍ଧାର କାର୍ଯ୍ୟ ଚାଲିଛି I

ପୂର୍ବତଟ ରେଳପଥର ୱାଲଟିୟର ମଣ୍ଡଳ ଅନ୍ତର୍ଗତ ଆରକୁ-କୋଟ୍ଟାଭାଲସା ସେକ୍ସନର ଚିମିଡିପାଲ୍ଲୀ ନିକଟରେ ଅପରାହ୍ନ ୧.୦୫ ଘଟିକା ସମୟରେ ଏକ ଲୁହା ପଥର ବୋଝେଇ ମାଲବାହୀ ଟ୍ରେନ୍ ର ୨୫ଟି ୱାଗନ୍ ଲାଇନଚ୍ୟୁତ ହୋଇଛି।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏକ ସ୍ୱତନ୍ତ୍ର ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳକୁ ପଠାଯାଇଛି । ଏହି ଲାଇନଟି ମୁଖ୍ୟତଃ ମାଲବାହୀ ଟ୍ରେନ ପାଇଁ ବ୍ୟବହୃତ I ବିଶାଖାପାଟଣା ଏବଂ କିରନ୍ଦୁଲ ମଧ୍ୟରେ କିଛି ଯାତ୍ରୀବାହୀ ଟ୍ରେନ୍‌କୁ ବିଜୟନଗରମ୍ ଓ ରାୟଗଡ଼ା ମାର୍ଗରେ ଗତି ପରିବର୍ତ୍ତନ କରାଯାଇଛି।

ଦ୍ରୁତ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସାଧନ ଓ ସମ୍ବଳ ନିୟୋଜିତ କରାଯାଇଅଛି I

Leave a Reply

Your email address will not be published. Required fields are marked *