ବିଳାସପୁର ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ସମୟରେ ପରିବର୍ତ୍ତନ କରାଯାଇଛି

ସର୍ଭିସ ଅପଡେଟ : ବିଳାସପୁର ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ସମୟରେ ପରିବର୍ତ୍ତନ କରାଯାଇଛିଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ବିଳାସପୁର ଡିଭିଜନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ, ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ କିଛି ଚୟନିତ ଟ୍ରେନଗୁଡ଼ିକର ସମୟସୂଚୀରେ ପୁନଃ ନିର୍ଦ୍ଧାରିତ କରାଯାଇଛି ।ପ୍ରସ୍ଥାନ ସମୟରେ ପରିବର୍ତ୍ତନ:ଟ୍ରେନ ନମ୍ବର ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨ ସେପ୍ଟେମ୍ବର ୨୦୨୫ରେ ଯାହା ପୁରୀରୁ ୨୦.୪୫ ଘଣ୍ଟାରେ ଛାଡିବାର ଥିଲା ଏହା ୦୨ ଘଣ୍ଟା ପୁନଃ ନିର୍ଦ୍ଧାରଣ କରାଯାଇ ୨୨.୪୫ ଘଣ୍ଟାରେ ଛାଡିବ।ସେହିଭଳି, ଟ୍ରେନ ନମ୍ବର ୨୦୪୭୨ ପୁରୀ- ଶ୍ରୀ ଗଙ୍ଗାନଗର ଜଙ୍କସନ ସୁପର-ଫାଷ୍ଟ ଏକ୍ସପ୍ରେସକୁ ୩ ସେପ୍ଟେମ୍ବର ୨୦୨୫ରେ ଯାହା ପୁରୀରୁ ୦୬.୩୫ ଘଣ୍ଟାରେ ଛାଡିବାର ଥିଲା ଏହା ୦୩ ଘଣ୍ଟା ୩୦ ମିନିଟ୍ ପୁନଃ ନିର୍ଦ୍ଧାରଣ କରାଯାଇ ୧୦.୦୫ ଘଣ୍ଟାରେ ଛାଡିବ।ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତନଗୁଡ଼ିକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *