ସହକାରୀ ଉପବିଭାଗ ଅଧିକାରୀମାନଙ୍କ ନିମନ୍ତେ ଆଭିମୁଖ୍ୟ ତାଲିମ ଅନୁଷ୍ଠିତ

ଭୁବନେଶ୍ୱର- ତା.୦୮.୦୫.୨୦୨୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ସହକାରୀ ଉପବିଭାଗ ଅଧିକାରୀମାନଙ୍କ ପାଇଁ ଆଜି ଆଭିମୁଖ୍ୟ ତାଲିମ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ,ଅର୍ଥ ପରାମର୍ଶ ଦାତ୍ରୀ ଶ୍ରୀମତୀ ପଦ୍ମଜ୍ୟୋତି ସାହୁ , ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ-ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା, ଉପ- ନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ସହ ନିର୍ଦ୍ଦେଶକ ଶୀ କାଳୀଚରଣ ମହାନ୍ତି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରି ବିଭାଗର ଆଭିମୁଖ୍ୟ, କାର୍ଯ୍ୟଧାରା, ବିଗତ ବର୍ଷ ଗୁଡିକରେ ବିଭାଗର ପ୍ରମୁଖ ସଫଳତା ଏବଂ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ଏହି ଆଭିମୁଖ୍ୟ ତାଲିମ କାର୍ଯ୍ୟକ୍ରମରେ ସରକାରୀ ଚାକିରୀ ସମ୍ବନ୍ଧୀୟ ନୀତି ନିୟମ, ବିଭାଗର ବାର୍ଷିକ ବ୍ୟୟବରାଦ ଓ ଏହାର ସଦୁପଯୋଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ସାଖା କାର୍ଯ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ସ୍ବୟଂଶାସିତ ଅନୁଷ୍ଠାନ ଏବଂ ସ୍ବତନ୍ତ୍ର ପ୍ରତିଷ୍ଠାନ ଗୁଡିକ ଉପରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ବିଭାଗୀୟ ଉପ ବିଭାଗ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ର ଦାସ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *