ବିଜେପି ପକ୍ଷରୁ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

* କୋଣାର୍କ,୧୩.୦୮- କୋଣାର୍କ ଯାତ୍ରୀନିବାସ ପରିସରରେ ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନାକୁ ତ୍ବରାନ୍ବିତ କରିବା ଓ ରାଜ୍ୟ ସରକାରଙ୍କ ଅମଲା କୈନ୍ଦ୍ରିକ ଶାସନକୁ ବିରୋଧ କରିବା ନେଇ ଜନ ପ୍ରତିନିଧି ମାନଙ୍କୁ ବିଭିନ୍ନ ସୋପାନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ଶିବିରକୁ ଶନିବାର କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ଵୀନି କୁମାର ଚୌବେ ଓ ଜଳଶକ୍ତି ଓ ଜନଜାତି ମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ ଯୋଗଦେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ରବିବାର କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ଓ ରେଳ ବିଭାଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଆଦିବାସି କ୍ୟାବିନେଟ୍ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଆକର୍ଷଣ ସାଜିଥିଲେ। ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ କୋଣାର୍କରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ମାନେ ବନାଖଣ୍ଡି ଠାରୁ କୋଣାର୍କ ଦେଇ ଚନ୍ଦ୍ରଭାଗା ପର୍ୟ୍ୟନ୍ତ ବିଶାଳ ତ୍ରିରଙ୍ଗା ରାଲି କରିଥିଲେ। ପରେ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନରେ ବିଜୟୀ ଜିଲ୍ଲା ପଂଚାୟତ ପ୍ରତିନିଧି ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧିନିୟମ ଓ କାର୍ଯ୍ଯ ପ୍ରଣାଳୀ ଉପରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟର ବିଭିନ୍ନ ଜିଲ୍ଳାର ବିଜୟୀ ଜିଲ୍ଲା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ୨୫ବର୍ଷର ଉନ୍ନତି ଆଗାମୀ ୫ବର୍ଷରେ ହେବ ବୋଲି ମନ୍ତ୍ରୀ ଓ ନେତ୍ରୁ ବର୍ଗ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏନେଇ ତୃଣ ମୂଳ ସ୍ତରରୁ ରାଜ୍ୟରେ ଚାଲିଥିବା ଅମଲା କୈନ୍ଦ୍ରିକ ଶାସନକୁ ବିରୋଧ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନାକୁ ତ୍ବରାନ୍ବିତ କରିବାକୁ ଜନ ସାଧାରଣଙ୍କୁ ସଚେତନ କରାଯିବ। ଲୋକ କୈନ୍ଦ୍ରିକ ନାହୋଇ ରାଜ୍ୟ ସରକାର ତଥା ମୂଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ ଶାସନ ଭାର ଦେବା ଫଳରେ ଗଣତନ୍ତ୍ର ବିରୋଧୀ ହୋଇଛି। ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ପଞ୍ଚାୟତିରାଜ ସଂଯୋଜକ ଓ ପ୍ରଶିକ୍ଷଣ ବର୍ଗର ସଭାପତି ଶଙ୍କର ପରିଡା ସଭାପତିତ୍ବ କରିଥିଲେ। ୧୦୦ରୁ ଉର୍ଦ୍ଧ୍ଵ ଜିଲ୍ଲା ପଂଚାୟତ ପ୍ରତିନିଧି ଓ ବିସ୍ତାରକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *