ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କୁ ନେଇ ତାଲିମ ଶିବିର ଅନୁଷ୍ଠିତ ।

ଫୁଲବାଣୀ ତା୦୫/୧୧/୨୦୨୫ କେନ୍ଦ୍ର ସରକାରଙ୍କ ” ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ” କନ୍ଧମାଳ ଜିଲ୍ଲାରେ କିଭଳି ଭାବେ ପଞ୍ଜିକୃତ ହୋଇପାରିବେ ତାହାକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲାର ପ୍ରାୟ ପଚାଶ ଟି ପଂଚାୟତରୁ ପଂଚାୟତ ସଂଯୋଜକ ତାଲିମ ନେବାକୁ ଆସିଥିଲେ । ଜିଲ୍ଲାରେ ଏହା ପୂର୍ବରୁ କିଛି ଜନସେବା କେନ୍ଦ୍ର ଆଉ କିଛି ସ୍ବେଛାସେବୀ ଅନୁଷ୍ଠାନ ଏହି ଯୋଜନାରେ ସାମିଲ କରିବା ଆଳରେ ଲକ୍ଷ ଲକ୍ଷ୍ୟ ଟଙ୍କା ଠକେଇ କରିବାର ନଜିର ରହିଛି ! ସରକାର ଯୋଜନା କରୁଛନ୍ତି କିନ୍ତୁ ଲୋକଙ୍କ ପାଖେ ପହଂଚି ପାରୁନି କି ଜାଣି ପାରୁନାହାନ୍ତି କେଉଁ ମାନଙ୍କୁ ମିଳିବ,, କଣ କଣ ଆବଶ୍ୟକ ରହିଛି,, କେଉଁଠି ମିଳିବ ସୁବିଧା ।ଏପରି ସ୍ଥଳେ ଆଜି ଫୁଲବାଣୀ ଠାରେ ଆର ହେଚ ଜି ଏମ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ସରକାରଙ୍କ ପି ଏମ ବିଶ୍ୱକର୍ମା ଯୋଜନା ଉପରେ ଏକ ତାଲିମ ଶିବିର ଆର ହେଚ ଜି ଏମ ପ୍ରାଇଭେଟ ଲିମିଟେଡ଼ ର ରାଜ୍ୟ ନିର୍ଦେଶକ ଶ୍ରୀ ସଞ୍ଜୟ କାମ୍ପ ଓ ସହ ନିର୍ଦେଶକ ବନମାଳୀ ଦୀପ ଆୟୋଜନ କରିଥିଲେ । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିର୍ଣ୍ଣ ପଂଚାୟତରୁ ପଚାଶ ଜଣ ଶିକ୍ଷିତ ମହିଳା ଯୋଗ ଦେଇଥିଲେ । ଜିଲ୍ଲାରେ ଲୋକଙ୍କୁ ବିନା ଦେୟରେ ପିଏମ ବିଶ୍ୱକର୍ମା ଯୋଜନାରେ ଲୋକଙ୍କ ଘରେ ଘରେ ପହଂଚି ଲୋକଙ୍କୁ ପଞ୍ଜିକୃତ କରାଯିବ ଏହି ଯୋଜନାରେ ଥିବା ସମସ୍ତ ସୁବିଧା କେଉଁ ଲୋକେ କିପରି ପାଇବେ,, କଣ କଣ ଆବଶ୍ୟକ ରହିଛି ତାହା ଆଲୋଚନା ମାଧ୍ୟମରେ ମହିଳା ମାନଂକୁ ନିର୍ଦେଶକ ଶ୍ରୀ କାମ୍ପ ବୁଝାଇଥିଲେ । ଏହି କାର୍ଯ୍ୟ କରିବା ପାଇଁ ଜିଲ୍ଲା ରେ କେବଳ ଶିକ୍ଷିତ,, ଆଗ୍ରହୀ ମହିଳା ମାନଙ୍କ ପାଇଁ ସୁଯୋଗ ରହିଥିବା କହିଥିଲେ । ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟ ସତର ଟି ଯୋଜନା ନିୟମିତ ଭାବେ କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଇଥିଲେ । ମୁଖ୍ୟତଃ କାହାରିକୁ ଭୁଲଧାରଣା ନଦେବା,, ଲୋକଙ୍କ ଠାରୁ ଏବାବଦରେ ଟଙ୍କାଟିଏ ନ ମାଗିବା ପାଇଁ କହିଥିଲେ । ଏହି କାର୍ଯ୍ୟ କରିବା ପାଇଁ ପ୍ରତି ପଂଚାୟତ ରୁ ଜଣେ ଲେଖାଏଁ ମହିଳା ଙ୍କ ଆବଶ୍ୟକତା ରହିଛି,, ତାଙ୍କୁ ତାଲିମ ଦେବା ସହ ନିଯୁକ୍ତି ପାତ୍ର,, ପ୍ରମାଣ ପତ୍ର,, ଚିହିଁତ ପୋଷାକ ଦେବାର ବ୍ୟବସ୍ତା ରହିଥିବା ଜଣାଇଥିଲେ । ଏହି ତାଲିମ ଶିବିରରେ ପ୍ରାୟ ପାଞ୍ଚୋଟି ପଂଚାୟତ ସମିତିରୁ ପଚାଶ ଜଣ ଶିକ୍ଷିତ ମହିଳା ଯୋଗ ଦେଇଥିଲେ ସରକାରଙ୍କ ପ୍ରତ୍ୟେକ ଟି ଯୋଜନା କୁ ଲୋକଙ୍କ ପାଖେ ପହଂଚାଇବା,, ସଚେତନ କରିବା ଗୁରୁ ଦାୟିତ୍ୱ ପଂଚାୟତ ସଂଯୋଜକଙ୍କ ମୁଖ୍ୟ ଭୂମିକା ରହିଥିବା କହିଥିଲେ । ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପଂଚାୟତ ସଂଯୋଜକଙ୍କୁ ଉତ୍ତମ ତାଲିମ ଶିକ୍ଷକଙ୍କ ଜରିଆରେ ତୃଣମୂଳ ସ୍ତରକୁ ଯାଇ ତାଲିମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତତ ସହିତ ଏହି କାର୍ଯ୍ୟ କରିବା ସକାଶେ ଠିକ ସମୟରେ ଉଚିତ ପାରିଶ୍ରମିକ ପାଇପାରିବେ ବୋଲି ଶ୍ରୀ କାମ୍ପ ଜଣାଇଥିଲେ । ଶେଷରେ ଜିଲ୍ଲା ସଂଯୋଜକ ଶ୍ରୀମତୀ ମିନାକ୍ଷୀ ବେହେରା ରାଜ୍ୟ ନିର୍ଦେଶକ ଶ୍ରୀ କାମ୍ପ ଓ ଶ୍ରୀ ଦୀପ ଙ୍କୁ ଅନୁରୋଧ କ୍ରମେ ସହଯୋଗ ଓ ସାହାଯ୍ୟ ର ଆବଶ୍ୟକତା ରହିବା ହେଲେ ଜିଲ୍ଲାରେ ବହୁ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି କହିଥିଲେ । ଶେଷରେ ଉପସ୍ଥିତ ଅଧିକାରୀ ମାନଙ୍କୁ ଓ ପ୍ରତି ପଂଚାୟତରୁ ଆସିଥିବା ସମସ୍ତ ପଂଚାୟତ ସଂଯୋଜକଙ୍କୁ ଧନ୍ୟବାଦ ଦେଇ ତାଲିମ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖିଥିଲେ ।

Leave a Reply

Your email address will not be published. Required fields are marked *