ମା’ ଭଦ୍ରକ କାଳୀ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ମହା ଅଭିଯାନ
ଭଦ୍ରକ, ୧୧/ ଭଦ୍ରକ ମୁନିସିପାଲଟି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଜେପି ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବିଜେପି ସାଂସଦ ଅଭିମନ୍ୟୁ ସେଠୀ ଭଦ୍ରକ ର ଯୁବ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଜିଲ୍ଲା ସାଧାରଣ ସଂପାଦକ କମଳାକାନ୍ତ ସୂତାର ମଣ୍ଡଳ ସଭାପତି ସନ୍ତୋଷ ଲେଙ୍କା, ଉପସ୍ଥିତ ରହିବା ସହ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ରେ ଦଳର ସମସ୍ତ ବିଷୟ ବସ୍ତୁ ସଂପ୍ରସାରଣ ଓ ଭୂମିକା ଉପରେ ଉପସ୍ତିତ ବ୍ୟକ୍ତି ମାନେ ଆଲୋକପାତ କରିବା ସହ ସାମାଜିକ ଗଣ ମାଧ୍ୟମରେ ପଂଚାୟତ ସ୍ତରରୁ ସମସ୍ତଙ୍କୁ ଯୋଡି ରଖିବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ବ୍ୟକ୍ତି ବିଶେଷ ନିଜ ନିଜ ବକ୍ତବ୍ୟରେ ଦଳୀୟ ଅନୁଶାସନ ଭିତରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଦଳର ନୀତି, ଆଦର୍ଶ କାର୍ଯ୍ୟ ପଦ୍ଧତି ଉପରେ ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏହି ଶିବିରର ଶେଷ ଦିନରେ ମାଁ ଭଦ୍ରକ କାଳୀ ମଣ୍ଡଳ ସଭାପତି ୨୬ ନମ୍ବର ୱାର୍ଡର ଟୁକୁନା ସ୍ବାଇଁ, ପୁନିଲ କୁମାର ସାମନ୍ତ ୨୭ ନମ୍ବର ୱାର୍ଡର ପ୍ରଶାନ୍ତ ସାହୁ ଭଦ୍ରକ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ମାନେ ଅଂଶ ଗ୍ରହଣ କରିଥିଲେ।
