ଆୟୁଷ ଡାକ୍ତରଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କିତ ତାଲିମ ପ୍ରଦାନ

ଆୟୁଷ ଡାକ୍ତରଙ୍କୁ ଯକ୍ଷ୍ମାରୋଗ ସମ୍ପର୍କିତ ତାଲିମ ପ୍ରଦାନ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାଯ୍ୟରତ ସମସ୍ତ ଆୟୁଷ ଡ଼ାକ୍ତର ନେଇ ଏକ ଟିବି ତାଲିମି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯକ୍ଷ୍ମା ରୋଗ ଚିହ୍ନଟ ଓ ନିରାକରଣ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ପାଖରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ମାନବ ସମ୍ବଳର ସଦ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବାକୁ କହିଥିଲେ । ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ତତ୍ତ୍ୱାବଧାନରେ ଏହି କ୍ରାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ଜେନା ମୁଖ୍ୟ ପ୍ରଶିକ୍ଷକ ଭାବେ ତାଲିମି ଦେଇଥିଲେ। ଚିକିତ୍ସା ଆରମ୍ଭ କରିବାକୁ ଯାଉଥିବା ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ କଫ ପରୀକ୍ଷଣ ପାଇଁ ପରାମର୍ଶ ଦେବା ଓ ଏଥିପାଇଁ ସମ୍ପୂର୍ଣ ମାଗଣାରେ ଚିକିସ୍ଥା ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା । ନିୟମିତ ଔଷଧ ସେବନ ଦ୍ଵାରା ଟିବି ରୋଗ ନିୟନ୍ତ୍ରଣ ହୋଇପାରିବ ସେ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଦିଲୀପ କୁମାର ପ୍ରଧାନ, ଦୀପକ ଦଳବେହେରା, ଆଶୁତୋଷ ସାମନ୍ତସିଂହାର, ଶରତ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *