୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଙ୍ଗ ଅଧିକାରୀଙ୍କୁ ତାଲିମ ପ୍ରଦାନ

ରାୟଗଡ-୧୨/୦୩-ସାଧାରଣ ଓ଼ ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ରାୟଗଡ ମହାବିଦ୍ୟାଳୟର ୦୮ଟି କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ୱବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଜିଲ୍ଲାମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ରାୟଗଡ, ନିହାର ରଞ୍ଜନ କହଁର,ଉପ ଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଗୁଣପୁର ଉପ ଜିଲ୍ଲାପାଳ କିରଣଦୀପ କୌର, ପ୍ରକଳ୍ପ ପ୍ରଶାସକ ଦିଲ୍ଲୀପ କୁମାର ବେହେରା, ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

ଚନ୍ଦ୍ରପୁର ତହସିଲଦାର, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଡରି ତହସିଲଦାର, କଲ୍ୟାଣସିଂହପୁର ତହସିଲଦାର, ରାୟଗଡ ତହସିଲଦାର, ଅତିରକ୍ତ କାର୍ଯ୍ୟନିର୍ବାହୀ ଜିଲ୍ଲାପରିଷଦ ନରେନ୍ଦ୍ର ନାଏକ,ନୀଳାଚଳ ମିଶ୍ର, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ ପ୍ରମୁଖ ତାଲିମ ଦାତା ଭାବେ ଯୋଗଦେଇ ତାଲିମ ଦେଇଥିଲେ । ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ଡିସ୍ପର୍ଶଲ କେନ୍ଦ୍ରରୁ ବୁଥ ପର୍ଯ୍ୟନ୍ତ ଯିବେ, ବୁଥରେ କେଉଁ ଅଧିକାରୀଙ୍କ କଣ କାର୍ଯ୍ୟ ତାହା ବୁଝାଇ ଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା କିପରି କରି ପାରିବେ, ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତି ଦୁଇ ଘଣ୍ଟାକୁ ଥରେ ସୂଚନା ଦେବାକୁ ତାଲିମ ପ୍ରଦାନ କରିଥିଲେ । ଇଭିଏମ, ଭିଭିପାଟ କିପରି ସଂଯୋଗ କରିବେ, କଣ୍ଟ୍ରୋଲ ଉଉନିଟିର କାର୍ଯ୍ୟ ଆଦିର ସୂଚନା ଦେଇଥିଲେ । ପ୍ରତ୍ୟେକ ପୋଲିଂ ଅଧିକାରୀ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ସଫଳ ହେଲେହିଁ ଗଣତନ୍ତ୍ରର ପବିତ୍ର କାର୍ଯ୍ୟ ନିର୍ବାଚନ ସଫଳ ହୋଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *