ନିଖିଳ ଉତ୍କଳ ପଟରା ସମିତି ପକ୍ଷରୁ ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ

ନିଖିଳ ଉତ୍କଳ ପଟରା ସମିତି ପକ୍ଷରୁ ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ ।ପୁରୀ ତା୨୪.୩ ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହ ର ଛଅ ଓ ସାତ ତାରିଖ ଦୁଇ ଦିନ ବ୍ୟାପି ପାରମ୍ପରିକ ପଦାଧିକାରୀ ସମାବେଶ ଏବଂ ଥାନପତି,ବଡଥାନପତି ମାନଙ୍କ ପ୍ରଶିକ୍ଷଣ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପାଟରା ମଠ କୁଣ୍ଢେଇ ବେଣ୍ଟ ସାହି ଠାରେ ଅନୁଷ୍ଠିତ ହେବ ।ଏହି ଉପଲକ୍ଷେ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଅଧ୍ୟକ୍ଷତା ରେ ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ ହୋଇଯାଇଛି।ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଉପସଭାପତି ମନୋଜ କୁମାର ସାହୁ,କୃଷ୍ଣଚନ୍ଦ୍ର ପାତ୍ର,ରବିନ୍ଦ୍ରନାଥ ସେନାପତି ,ଆଲୋକ କୁମାର ସାହୁ ଓ ଉପଦେଷ୍ଟା ନାରାୟଣ ପାତ୍ର ଅଂଶ ଗ୍ରହଣ କରିଥିଲେ।ଆଗାମୀ ଦୁଇ ଦିନିଆ ସମାବେଶ ସହ ପ୍ରଶିକ୍ଷଣ କୁ ସଫଳ କରିବା ପାଇଁ ବିବିଧ ପ୍ରସ୍ତାବ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *